ଓଡିଶା

odisha

ଆଳୁର ଆକାଶ ଛୁଆଁ ଦରକୁ ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ

By

Published : Jan 7, 2020, 1:57 PM IST

ପ୍ରଥମେ କନ୍ଦାଇଲା ପିଆଜ ଏବେ ଆଳୁ ପାଳି। ଆଳୁର ଆକାଶ ଛୁଆଁ ଦରକୁ ନେଇ ଖାଉଟି ଚିନ୍ତାରେ ଥିବାବେଳେ ଦର ନିୟନ୍ତ୍ରଣ ପାଇଁ ତର୍ଜମା ଚାଲିଥିବା କହିଲେ ଯୋଗାଣ ମନ୍ତ୍ରୀ। ଅଧିକ ଖବର ପଢନ୍ତୁ...

potato-price
ଆଳୁର ଆକାଶ ଛୁଆଁ ଦରକୁ ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ପିଆଜ ପରେ ଖାଉଟିଙ୍କୁ କନ୍ଦାଉଛି ଆଳୁ। ହୁ ହୁ ହୋଇ ବଢୁଥିବା ପିଆଜ ଦରରେ ଟିକେ ଲଗାମ ଲାଗୁ ଲାଗୁ ଆଳୁଦର ଆକାଶଛୁଆଁ। ତେବେ ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ପତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ l ବିଭାଗ ତରଫରୁ ଆମେ ସଜାଗ ଅଛୁ l ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି l

ଆଳୁର ଆକାଶ ଛୁଆଁ ଦରକୁ ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ

ପଡୋଶୀ ରାଜ୍ୟରୁ ଯେତିକି ପରିମାଣର ଆଳୁ ଆମଦାନୀ ହେବା କଥା ସେତିକି ହୋଇପାରୁନି l ଫଳରେ ଦର ବୃଦ୍ଧି ପାଇଛି l କିଭଳି ଲୋକେ ସୁଲଭ ମୂଲ୍ୟରେ ଆଳୁ ପାଇ ପାରିବେ ସେନେଇ ବର୍ତ୍ତମାନ ପରିସ୍ଥିତିରେ ତର୍ଜମା ଚାଲିଛି l

ସୂଚନା ଅନୁସାରେ, ଗୋଟିଏ ସପ୍ତାହ ମଧ୍ୟରେ ବଜାରରେ ଆଳୁର ଦର ହଠାତ୍ ୧୫ ଟଙ୍କାରୁ ବଢ଼ି ୩୫ ଟଙ୍କାକୁ ଛୁଇଁଲାଣି। ଯାହାକୁ ନେଇ ଗ୍ରାହକ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details