ଓଡିଶା

odisha

By

Published : Nov 17, 2019, 11:38 PM IST

Updated : Nov 18, 2019, 2:01 AM IST

ETV Bharat / city

କ୍ୟାପିଟାଲ ହସ୍ପିଟାଲର କଦର୍ଥ ଚିତ୍ର, ପ୍ରସବର ସପ୍ତାହକ ପରେ ବାହାରୁଛି ଗଜ୍‌ ଓ ଗ୍ଲୋବସ

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ହେୟଜ୍ଞାନ । ପ୍ରସବ ସମୟରେ ରହିଯାଉଛି ଗଜ୍‌ କପଡା ଓ ଗ୍ଲୋବସ୍‌ । ଜାଣିପାରୁନାହାଁନ୍ତି ଡାକ୍ତର । ସେପଟେ ସପ୍ତାହେ ଯନ୍ତ୍ରଣାରେ ଛଟପଟ ହେବା ପରେ ପରିସ୍ରା ନଳୀ ପଟେ ବାହାରୁଛି ଗଜ୍‌ କପଡା ଓ ଗ୍ଲୋବସ୍‌ ।

ଡିଜାଇନ ଫଟୋ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ହେୟଜ୍ଞାନ । ପ୍ରସବ ସମୟରେ ରହିଯାଉଛି ଗଜ୍‌ କପଡା ଓ ଗ୍ଲୋବସ୍‌ । ଜାଣିପାରୁନାହାଁନ୍ତି ଡାକ୍ତର । ସେପଟେ ସପ୍ତାହେ ଯନ୍ତ୍ରଣାରେ ଛଟପଟ ହେବା ପରେ ପରିସ୍ରା ନଳୀ ପଟେ ବାହାରୁଛି ଗଜ୍‌ କପଡା ଓ ଗ୍ଲୋବସ୍‌ ।

କ୍ୟାପିଟାଲ ହସ୍ପିଟାଲର କଦର୍ଥ ଚିତ୍ର, ପ୍ରସବର ସପ୍ତାହକ ପରେ ବାହାରୁଛି ଗଜ୍‌ ଓ ଗ୍ଲୋବସ

ନଭେମ୍ବର 7 ତାରିଖ... କ୍ୟାପିଟାଲ ହସ୍ପିଟାଲରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଫୁଲବାଣୀର ଜଣେ ମହିଳା । ଅନ୍ୟପଟେ ନର୍ମାଲ ଡେଲିଭରୀ ପରେ ଜଣେ ନର୍ସ, ମହିଳାଙ୍କୁ 700 ଟଙ୍କା ମାଗିଥିଲେ । ହେଲେ ସେ ଦେବାକୁ ମନା କରିଦେଇଥିଲେ । ଏହା ପରେ କୌଣସି ଡାକ୍ତର କିମ୍ବା ନର୍ସ ତାଙ୍କୁ ଉଚିତ୍‌ ସେବା ଯୋଗାଇ ନଦେଇ 48 ଘଣ୍ଟା ପରେ ଡିସଚାର୍ଜ କରିଦେଇଥିଲେ । ଘରେ ପହଞ୍ଚିବା ପରେ ତାଙ୍କର ଯନ୍ତ୍ରଣା ବଢିବା ସହ ସପ୍ତାହେ ପରେ ପରିସ୍ରା ନଳୀ ପଟେ ଗଜ୍‌ କପଡା ଓ ଗ୍ଲୋବସ୍‌ ବାହାରିଥିବାର ସେ ଅଭିଯୋଗ କରିଛନ୍ତି । ଏହାସହ ତାଙ୍କୁ ସେହି ଦିନଠୁ ଜ୍ବର ଛାଡୁ ନଥିବା ମଧ୍ୟ ସେ କହିଛନ୍ତି ।

ଏହି ଘଟଣା ପରେ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକଙ୍କ ସହ ଅଲୋଚନା କରିବା ସହିତ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ତଦନ୍ତ ପରେ ସେଦିନ ଯେଉଁ ଡାକ୍ତର ଓ ନର୍ସ ପ୍ରସୂତି ବିଭାଗରେ ଉପସ୍ଥିତ ଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସ୍ପିଟାଲ ଅଧୀକ୍ଷକ ପରିବାରକୁ ଆଶ୍ବାସନା ଦେଇଛନ୍ତି ।

ଏଠି ପ୍ରଶ୍ନ ଉଠୁଛି, ମୋ ସରକାର ଯୋଜନା ଆରମ୍ଭ ହୋଇଥିବା କ୍ୟାପିଟାଲ ହସ୍ପିଟାଲରେ ଏପରି ଅସାବଧାନତା କିପରି ? କେଉଁ ପରିସ୍ଥିତିରେ କାର୍ଯ୍ୟରତ ନର୍ସ ଓ ଡାକ୍ତର ବିନା ଚେକଅପରେ ତାଙ୍କୁ ଡିର୍ସଚାର୍ଜ କଲେ ? ତେବେ ଏତେ ସବୁ ପରେ ‘ମୋ ସରକାର ଯୋଜନା’ରେ ଏହି ପୀଡିତାଙ୍କୁ କେବେ ନ୍ୟାୟ ମିଳୁଛି ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Nov 18, 2019, 2:01 AM IST

ABOUT THE AUTHOR

...view details