ଓଡିଶା

odisha

ETV Bharat / city

ଦୀପାବଳୀ ପରେ ପର୍ଯ୍ୟାୟ କ୍ରମେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ

ଦୀପାବଳୀ ପରେ ଖୋଲିବ ସ୍କୁଲ। ଏନେଇ ଚାଲିଛି ବିଚାର ବିମର୍ଷ। ତେବେ ସ୍କୁଲରେ ପାଠ ପଢ଼ାଇବା ପାଇଁ ଶିକ୍ଷକଙ୍କର ଅଭାବ ରହିଛି। ଏନେଇ ଶୀଘ୍ର ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଛି ଓଷ୍ଟା। ଅଧିକ ପଢନ୍ତୁ...

By

Published : Oct 31, 2021, 9:41 PM IST

Updated : Oct 31, 2021, 10:57 PM IST

ଦୀପାବଳୀ ପରେ ପର୍ଯ୍ୟାୟ କ୍ରମେ ଖୋଲିବ ସ୍କୁଲ, ଶିକ୍ଷକଙ୍କର ନିଯୁକ୍ତି ଆବଶ୍ୟକ କହିଛି ଓଷ୍ଟା
ଦୀପାବଳୀ ପରେ ପର୍ଯ୍ୟାୟ କ୍ରମେ ଖୋଲିବ ସ୍କୁଲ, ଶିକ୍ଷକଙ୍କର ନିଯୁକ୍ତି ଆବଶ୍ୟକ କହିଛି ଓଷ୍ଟା

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ଆଜି(ରବିବାର) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ଦୀପାବଳୀ ପର ଠାରୁ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଖୋଲିବ । ଏହି ନିଷ୍ପତ୍ତିକୁ ଓଷ୍ଟା ସ୍ୱାଗତ କରିଛି । ଏହାସହ ରାଜ୍ୟରେ ଶିକ୍ଷାକ ମାନଙ୍କ ଯେଉଁ ଅଭାବ ରହିଛି ତାହାକୁ ଖୁବଶୀଘ୍ର ପୂରଣ କରାଯାଉ। ଏବେ ନୂତନ ଅନୁଦାନପ୍ରାପ୍ତ ଓ ପୁରାତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିର ପକ୍ରିୟା ସୃଷ୍ଟି ହୋଇନାହିଁ। ଶିକ୍ଷକ ନିଯୁକ୍ତି କରିବାରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। ଏହାସହ ପିଲାଙ୍କୁ ସାନିଟାଇଜର ମାସ୍କ ଦିଆଯିବ ସେଥିପ୍ରତି ରାଜ୍ୟ ସରକାର ଯତ୍ନବାନ ହେବା ଉଚିତ।

ଦୀପାବଳୀ ପରେ ପର୍ଯ୍ୟାୟ କ୍ରମେ ଖୋଲିବ ପ୍ରଥମରୁ ସପ୍ତମ

ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସପ୍ତାହରେ ଥରେ ବିଦ୍ୟାଳୟ ଭିଜିଟ କରିବା ପାଇଁ ସରକାର ବ୍ୟବସ୍ଥା କରନ୍ତୁ। ଯେଉଁ ଶିକ୍ଷକମାନେ ଟିକା ନେଇନାହାନ୍ତି ସେମାନଙ୍କୁ କିଭଳି ଭାବରେ ଟିକା ଦିଆଯିବ ସେନେଇ ବ୍ୟବସ୍ଥା କରନ୍ତୁ। ଏହାସହ ଶିକ୍ଷାଦାନ ପ୍ରତି ବିଦ୍ୟାଳୟ ଖୋଲିବାର ଆବଶ୍ୟକତା ରହିଛି। ଏହିସବୁ ପ୍ରତି ମଧ୍ୟ ସରକାର ଧ୍ୟାନ ଦେବା ଉଚିତ ବୋଲି ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି।

ଅନ୍ୟପଟେ ଶିଶୁ ରୋଗ ବିଶେଷଜ୍ଞ ଡ଼ଃ ଜାନକୀ ବଲଭ ପଟ୍ଟନାୟକ କହିଛନ୍ତି ଯେ, ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ବର୍ତ୍ତମାନ ସମୟ ଆସିଛି ଯାହା ପିଲାଙ୍କୁ ସ୍କୁଲକୁ ଯିବାର ଆବଶ୍ୟକତା ରହିଛି। କାରଣ କୋରୋନା ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଥିଲା । ଯାହା ଫଳରେ ପିଲାମାନେ ଅନେକ ମାତ୍ରାରେ ଶାରୀରିକ ଭାବେ ଅଳସୁଆ ହୋଇଗଲେଣି।

ଏପଟେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଏପର୍ଯ୍ୟନ୍ତ ବିଚାରବିମର୍ଶରେ ରହିଛି। ଆଶା କରାଯାଉଛି କିଭଳି ଭାବରେ ପିଲାଙ୍କ ସ୍କୁଲ ଖୋଲାଯିବ। ଯେହେତୁ କୋରୋନାର ତୃତୀୟ ଲହରି ସମ୍ଭାବନା କମି ଆସିଲାଣି। ତେଣୁ ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଖୋଲା ରହିଛି। ଦୀପାବଳି ପରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 31, 2021, 10:57 PM IST

ABOUT THE AUTHOR

...view details