ଭୁବନେଶ୍ବର: ରାଜଧାନୀରେ କୋରୋନା ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ସରକାର ହୋମ କ୍ବାରେଣ୍ଟାଇନ ତଥା ପେଡ୍ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପଜେଟିଭ୍ ରିପୋର୍ଟ ପରେ, କାରରେ କ୍ଵାରେଣ୍ଟାଇନ୍ ହେଲେ ଏପରି ସ୍ଥିତିରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରାଜଧାନୀରେ ଜଣେ ଡ୍ରାଇଭରଙ୍କୁ କୋରୋନା ହେବା ପରେ ସେ କାରରେ କ୍ବାରେଣ୍ଟାଇନରେ ରହିଛନ୍ତି । ଯାହା ବିଏମସିର କୋରୋନା ପରିଚାଳନାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।
ନୟାପଲ୍ଲୀରେ ଥିବା କ୍ରିଷ୍ଣା ଟାଓ୍ଵାର ଅଞ୍ଚଳରେ ଏପରି ଦେଖିବାକୁ ମିଳିଛି । ଜଣେ ଡ୍ରାଇଭରଙ୍କ ପଜେଟିଭ୍ ରିପୋର୍ଟ ଆସିବାପରେ ରାତିସାରା ନିଜ କାରରେ ସେ କ୍ଵାରେଣ୍ଟାଇନ ରହିଛନ୍ତି ।
ନିଜେ କୋଭିଡ ପଜେଟିଭ୍ ହୋଇଥିବା ଫୋନ ପାଇବା ପରେ ନିଜ କାରରେ ହିଁ ରହିଛନ୍ତି । ବିଏମସିକୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାବତ କେହି ଆସିନଥିବାରୁ ସେ କାରରେ ଥିବା କହିଛନ୍ତି । ତେବେ ଉକ୍ତ ବ୍ୟକ୍ତିଙ୍କ ଘର ନୟାଗଡ ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ବରରେ ଭଡାନେଇ ରହୁଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ