ଭୁବନେଶ୍ବର:କୋରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଆଯାଇଛି ନିଷ୍ପତ୍ତି । ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ନେଇ କଡ଼ା ଟିପ୍ପଣୀ କରିଛନ୍ତି ବିରୋଧୀ । ଓଡ଼ିଶା ସରକାର କେବଳ ପ୍ରଶାସନିକ ସ୍ତରରେ କୋଭିଡ ମୁକାବିଲା କରିବା ପାଇଁ ଭାବୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଯାହା ନିଷ୍ପତ୍ତି ନିଆଯାଇଛି ତାହା କେବେ ସଫଳ ହେବ ନାହିଁ । ପଞ୍ଚାୟତ ସ୍ତରରେ କୋଭିଡ କ୍ରାଇସେସ ମ୍ୟାନେଜମେଣ୍ଟ କମିଟି ଗଠନ କରିବା ପାଇଁ ଦାବି କରିଛି ବିଜେପି ।
ସମସ୍ତ ବିଧାୟକ ଉଦବେଗକୁ ନୋଟ କରାଯାଇ ସମସ୍ୟାର ସମାଧାନ କରାଯାଉ । ସର୍ବଦଳୀୟ ବୈଠକ କେବଳ ଲୋକଦେଖାଣିଆ ଭାବେ ଡ଼କାଯାଇଥିଲା ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କୋଭିଡ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଦ୍ୱିତୀୟ ଲହରରେ ଶେଷ ହେବାକୁ ବସିଥିବା ବେଳେ ତୃତୀୟ ଲହର ଆସିବାକୁ ବସିଲାଣି । ସରକାର ଏ ପର୍ଯ୍ୟନ୍ତ ହେଲ୍ପ ଡେ଼କ୍ସ ଖୋଲି ପାରିଲେ ନାହିଁ । ସେହିପରି ଗାଁ ଟିଏମସି ଖୋଲିଲେ ନାହିଁ । ତେବେ ଏ ପ୍ରସ୍ତୁତି କାହା ପାଇଁ ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି ।