ଓଡିଶା

odisha

ETV Bharat / city

ସ୍ୟାଟ ଉଚ୍ଛେଦକୁ ଓକିଲଙ୍କ ବିରୋଧ, ପୁନଃ ବିଚାର ଦାବି

ଗତ 5 ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶା ପ୍ରଶାସନିକ ନ୍ୟାୟାଧିକାରଣ ବା ସ୍ୟାଟର ଉଚ୍ଛେଦ ନେଇ ଭାରତୀୟ ରାଜପତ୍ର ଜାରି କରିଥିଲେ। ଯାହାକୁ ନେଇ ଏବେ ରାଜ୍ୟ ଓକିଲମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

By

Published : Aug 10, 2019, 6:42 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଗତ 5 ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶା ପ୍ରଶାସନିକ ନ୍ୟାୟାଧିକାରଣ ବା ସ୍ୟାଟର ଉଚ୍ଛେଦ ନେଇ ଭାରତୀୟ ରାଜପତ୍ର ଜାରି କରିଥିଲେ। ଯାହାକୁ ନେଇ ଏବେ ରାଜ୍ୟ ଓକିଲମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଫଳରେ ଆଗାମୀ ଦିନରେ ଓକିଲମାନେ ସରକାରଙ୍କ ବିରୁଦ୍ଧରେ ଏକ ବିରାଟ ଆନ୍ଦୋଳନକୁ ଓଲ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ କି ବିଗତ ଦିନରେ ସରକାରୀ କର୍ମଚାରୀଙ୍କ ବିଭିନ୍ନ ମାମଲାର ବିଚାର ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟରେ ଅସୁବିଧା ହେବାରୁ 1985 ମସିହାରେ ଏକ ପ୍ରସାଶନିକ ନ୍ୟାୟାଧିକରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଯାହାକି ଦୀର୍ଘ ବର୍ଷ ଧରି କାର୍ଯ୍ୟକରି ହେବା ସହ ଏଥିରେ ପାଖାପାଖି 3 ଲକ୍ଷରୁ ଉର୍ଦ୍ଧ୍ବ ମୋକଦ୍ଦମାର ଫୈସଲା ହୋଇଛି। ଯେଉଁଥିରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ପ୍ରଥମ ଶ୍ରେଣୀ କର୍ମଚାରୀ ମଧ୍ୟ ଉପକୃତ ହୋଇଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହା ବାଦ୍‌ ମଧ୍ୟ ଏବେ 72 ହଜାରରୁ ଉର୍ଦ୍ଧ୍ବ ମାମଲା ବିଚାର ପାଇଁ ପଡି ରହିଥିବା ସୂଚନା ରହିଛି। ଏହି ଉଚ୍ଛେଦ ଫଳରେ ନ୍ୟାୟ ପାଇବାକୁ ଥିବା କର୍ମଚାରୀଙ୍କ ସମେତ ଶହ ଶହ ଆଇନଜୀବୀ, ମୋହରିୟାର, ପୁସ୍ତକ ବିକ୍ରେତାଙ୍କ ସମେତ ଅନେକ ପରିବାର ତାର ରୋଜଗାର ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଶୁକ୍ରବାର ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ବାର ଆସୋସିଏସନ ଓ ସ୍ୟାଟ ବାର ଆସୋସେସନ ପକ୍ଷରୁ ମିଳିତ ଭାବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଥିଲା।

ସାମ୍ବାଦିକ ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଉଚ୍ଛେଦକୁ ବିରୋଧ କରିବା ସହିତ ଏହି ନିଷ୍ପତ୍ତିର ପୁନଃ ବିଚାର କରିବା ପାଇଁ ଦାବି କରାଯାଇଛି। ଏହା ସହିତ ତୁରନ୍ତ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ସ୍ୟାଟ ବିଲ୍ଡିଂଗରେ କରି ପଡି ରହିଥିବା ମାମଲାର ଫୈସଲା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ନଚେତ ଆଗାମୀ ଦିନରେ ସାରା ରାଜ୍ୟରେ ଏହା ବିରୁଦ୍ଧରେ ଓକିଲମାନେ ଏକତ୍ରିତ ହୋଇ ଆନ୍ଦୋଳନ କରିବାର ସଂକେତ ମଧ୍ୟ ଦିଆଯାଇଛି।

ସୂଚନା ଅନୁଯାୟୀ ଏହି ନିଷ୍ପତ୍ତି ବିରୁଦ୍ଧରେ ଶୁକ୍ରବାର ବାର ପକ୍ଷରୁ କଳା ବ୍ୟାଚ ପରିଧାନ ସହିତ କୋଟ ନ ପିନ୍ଧି କଚେରୀ କାର୍ଯ୍ୟ ବହିଷ୍କାର କରାଯାଇଥିଲା । ଏଥିସହ ମାନବ ଶୃଙ୍ଖଳ କରି ନୀରବ ପ୍ରତିବାଦ ମଧ୍ୟ କରାଯାଇଥିଲା । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଉଭୟ ଭୁବନେଶ୍ବର ବାର ଆସୋସିଏସନର ସଭାପତି ବିରେନ୍ଦ୍ର କୁମାର ପଟ୍ଟନାୟକ, ସମ୍ପାଦକ ବିଶ୍ବ ନାରାୟଣ ମହାନ୍ତି, ଉପସଭାପତି ଶିଳଭଦ୍ର ଶାସ୍ତ୍ରୀ, ସ୍ୟାଟ ବାର ଆସୋସେସନ ସଭାପତି ଅନନ୍ତ କୁମାର ଆଚାର୍ଯ୍ୟ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details