ଓଡିଶା

odisha

ETV Bharat / city

ସ୍ୟାଟ୍‌ ଉଚ୍ଛେଦକୁ ନେଇ ଧାରଣାରେ ବସିଲେ ଓକିଲସଙ୍ଘ

ସ୍ୟାଟ୍‌ (ଓଡିଶା ପ୍ରଶାସନିକ ପ୍ରାଧିକରଣ ) ଉଚ୍ଛେଦ ନେଇ ଧାରଣାରେ ବସିଛନ୍ତି ଭୁବେନେଶ୍ବର ଓକିଲ ସଙ୍ଘ ।

By

Published : Aug 16, 2019, 10:38 PM IST

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ଶୁକ୍ରବାର ରାଜଧାନିରେ ପ୍ରବଳ ବର୍ଷା ସତ୍ତ୍ବେ ବି ଧାରଣାରେ ବସିଛନ୍ତି ଭୁବେନେଶ୍ବର ଓକିଲ ସଙ୍ଘ । ସ୍ୟାଟ୍‌ (ଓଡିଶା ପ୍ରଶାସନିକ ପ୍ରାଧିକରଣ ) ଉଚ୍ଛେଦ ନେଇ ସରକାରୀ ବିରୋଧୀ ନାରା ଦେଉଛନ୍ତ ଓକିଲମାନେ । ତେବେ ଉଲ୍ଲେଖଥାଉ ଗତ ଅଗଷ୍ଟ 6ରେ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାରଙ୍କ ଦ୍ବାରା ଓଡିଶା ପ୍ରଶାସନିକ ପ୍ରାଧିକରଣକୁ ଉଚ୍ଛେଦ କରଯାଇଥିଲା ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଏନେଇ ଗତ 9 ତାରିଖରେ ଭୁବନେଶ୍ୱର ବାର ଆସୋସିଏସନ ସମେତ ସ୍ୟାଟ ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯିବ ସହିତ କଳାବ୍ୟାଜ ପରିଧାନ କରାଯାଇଥିଲା । ମାତ୍ର ସରକାରଙ୍କ ପାଖରୁ କୌଣସି ଜବାବ୍‌ ମିଳିନଥିବାରୁ ଆଜି ବାଧ୍ୟ ହୋଇ ଧାରଣାକୁ ଓହ୍ଲାଇଛନ୍ତି ଓକିଲ ସଙ୍ଘ ।

ସୂଚନାଯୋଗ୍ୟ କି ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ବର ଠାରେ ପ୍ରଶାସନିକ ପ୍ରାଧିକରଣ ଖୋଲିଥିଲା । ତେବେ ଏଥିରେ ବିଭିନ୍ନ ମାମଲାର ଉପରିସ୍ଥ ଅଧିକାରୀମାନଙ୍କୁ କୋର୍ଟରେ ହାଜର ହେବା ସହିତ ଅନେକ ରାୟ ତାଙ୍କ ବିରୁଦ୍ଧ ଯାଉଥିଲା । ଫଳରେ ଏହାକୁ ଚକ୍ରାନ୍ତ କରି ଉଛେଦ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରବର୍ତାଇଥିବା ଅଭିଯୋଗ ହେଉଛି ।

ତେବେ ଏହି ସ୍ୟାଟ୍‌ ଉଚ୍ଛେଦ ହେବା ଫଳରେ ସରକାରୀ ଅଧିକାରୀଙ୍କ ପାଖାପାଖି 72 ହଜାର ମାମଲର ଭାଗ୍ୟ ଅନିଶ୍ଚତା ମଧ୍ୟକୁ ଚାଲି ଯାଇଛି । ଏଥିସହିତ ଏହା ଉପରେ ନିର୍ଭର କରୁଥିବା 500ରୁ ଉର୍ଦ୍ଧ୍ବ ଓକିଲମାନେ ହାତ ବାନ୍ଧି ବସିଥିବା କୁହାଯାଉଛି । ତେଣୁ ସରକାର ଏହାର ପୁନଃ ବିଚାର କରିବା ସହିତ ସ୍ୟାଟକୁ ପୁନଃ ଚାଲୁ କରିବାକୁ ଦାବି ହୋଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details