ଓଡିଶା

odisha

ETV Bharat / city

ବିଜୟ କୁମାର ସାହୁଙ୍କ କୋରୋନାରେ ଦେହାନ୍ତ, ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଓଡିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ କୁମାର ସାହୁଙ୍କର ଗୁରୁବାର କୋରୋନାରେ ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ...

By

Published : Jun 3, 2021, 3:24 PM IST

Updated : Jun 3, 2021, 4:10 PM IST

ବିଜୟ କୁମାର ସାହୁଙ୍କ କୋରୋନାରେ ଦେହାନ୍ତ
ବିଜୟ କୁମାର ସାହୁଙ୍କ କୋରୋନାରେ ଦେହାନ୍ତ

ଭୁବନେଶ୍ବର: ବିଜୟ କୁମାର ସାହୁଙ୍କ କୋରୋନାରେ ଦେହାନ୍ତ । ଓଡିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ କୁମାର ସାହୁଙ୍କର ଗୁରୁବାର କୋରୋନାରେ ପରଲୋକ ଘଟିଛି ।

ଗତ ମାସରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । କୋଭିଡ ଆକ୍ରାନ୍ତ ପରେ ତାଙ୍କୁ କଟକର ଏକ ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି ।

ତେବେ ଭୁବନେଶ୍ବରରେ ତାଙ୍କର ଏକ ଘରୋଇ ସ୍କୁଲ ମଧ୍ୟ ରହିଛି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଥିଲେ ବିଜୟ ସାହୁ । ସାଇ ସ୍କୁଲର ଲୋକସଂପର୍କ ଅଧିକାରୀ ଶରତ କରଙ୍କ ସୂଚନା ।

ତେବେ ବିଜୟ କୁମାର ସାହୁଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଜଣେ ବିଶିଷ୍ଟ ଶିକ୍ଷାବିତ ଏବଂ ଉଦ୍ୟୋଗୀ ଥିଲେ । ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ସେ ସରକାରୀ ସ୍କୁଲ ଶିକ୍ଷା ରୂପାନ୍ତରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି କଠିନ ସମୟରେ ମୁଁ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ସାଂସଦ ଅଚ୍ୟୁତ ସାମନ୍ତ ଏବଂ ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ମାନସ ମଙ୍ଗରାଜ ଶୋକ ପ୍ରକାଶ କରିଛନ୍ତି ।

ବିଶିଷ୍ଟ ଶିକ୍ଷାବିତ ବିଜୟ ସାହୁଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ । ସରକାରୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ତାଙ୍କ ଭୂମିକା ଅତୁଳନୀୟ ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 3, 2021, 4:10 PM IST

ABOUT THE AUTHOR

...view details