ଭୁବନେଶ୍ବର: ଅଭିଭାବକ ସଂଘ ଜାରିକଲା ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର । ସ୍କୁଲରେ ବହି ବିକିଲେ କାର୍ଯ୍ୟାନୁଷ୍ଠାନ । ସ୍କୁଲରେ ବହି ବିକ୍ରି କରିପାରିବେନି ଘରୋଇ ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲ ଉପରେ ନଜର ରଖିବାକୁ ଜିଲ୍ଲା ଏସପିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ । ଅଭିଭାବକଙ୍କ ଦୃଷ୍ଟି ଆକର୍ଷଣ ପରେ ଡିଜିପିଙ୍କ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଅଭିଭାବକ ମହାସଂଘ ।
ସ୍କୁଲରେ ବ୍ୟବସାୟିକ କାର୍ଯ୍ୟ ନକରିବାକୁ ଏଚ୍ଚ ଆର୍ ଡି ମନ୍ତ୍ରାଳୟର ନିର୍ଦ୍ଦେଶ ଜାରି । ପ୍ରାୟ ଘରୋଇ ସ୍କୁଲରେ ବେଆଇନ ଭାବରେ ବହି ବିକ୍ରି କରିବାକୁ ନେଇ ଅଭିଭାବକ ମହାସଂଘ ଆନ୍ଦୋଳନ କରିଥିଲା । ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଯଦି କୌଣସି ଘରୋଇ ସ୍କୁଲରେ ବେଆଇନ ଭାବରେ ବହି ବିକ୍ରି ହେଉଛି ତେବେ ଅଭିଭାବକ ମହାସଂଘ ଏକ ଟୋଲ୍ ଫ୍ରି ନମ୍ବର ରଖିଛନ୍ତି ।