ଓଡିଶା

odisha

ETV Bharat / city

ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାରରେ ଏସିଡ ଆଟାକ ପୀଡିତା ପ୍ରମୋଦିନୀଙ୍କ ଜଲୱା

25ଟି ରାଜ୍ୟ ଓ 10ଟି ଦେଶକୁ ଗୋଟିଏତ ଛାଟତ ତଳେ ପୁଣି ଏକାଠି କରିଛି ରାଜଧାନୀରେ ଆୟୋଜିତ ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାର । ଯେଉଁଥିରେ ଭିଡରେ ବି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ଏସିଡ ଆଟାକ ପୀଡିତା ପ୍ରମୋଦିନୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 21, 2019, 5:06 AM IST

ଭୁବନେଶ୍ବର: ଗୋଟିଏ ଛାତ ତଳେ ପୋଷାକଠାରୁ ଆରମ୍ଭ କରି ଗାଡି ମୋଟର ପର୍ଯ୍ୟନ୍ତ, ସବୁର ସମାହାର । 25ଟି ରାଜ୍ୟ ଓ 10ଟି ଦେଶକୁ ଗୋଟିଏତ ଛାଟତ ତଳେ ପୁଣି ଏକାଠି କରିଛି ରାଜଧାନୀରେ ଆୟୋଜିତ ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାର । ଯେଉଁଥିରେ ଭିଡରେ ବି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ଏସିଡ ଆଟାକ ପୀଡିତା ପ୍ରମୋଦିନୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏସିଡ ଆଟାକ ପରେ ମଧ୍ୟ ଦୃଢ ମନୋବଳ ପାଇଁ ଅନ୍ୟଙ୍କ ଭିଡରେ ଭିନ୍ନ ହୋଇପାରିଛନ୍ତି ପ୍ରମୋଦିନୀ । ଯାହାର ଏକ ଉଦାହରଣ ସେ ଦେଇଥିଲେ ର୍ୟାମ୍ପରେ ଚାଲି । ଅନ୍ୟ ମଡେଲଙ୍କ ଗହଣରେ ବି କିଛି କମ ଲାଗୁନଥିଲେ ପ୍ରମୋଦିନୀ । ଢେର ଆତ୍ମବିଶ୍ବାସରେ ର୍ୟାମ୍ପରେ ଚାଲିବା ସହ ସେ ଜିତି ପାରିଥିଲେ ସଭିଙ୍କ ହୃଦୟ ।

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରାଜଧାନୀରେ ଆରମ୍ଭ ହୋଇଯାଇଛି ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାର । ଗୁପ୍ତା ଇଭେଣ୍ଟ ପକ୍ଷରୁ ଆଯୋଜିତ ଏହି କାର୍ଯ୍ୟକ୍ରମରେ 25ଟି ରାଜ୍ୟ ଓ 10ଟିଦେଶର ବ୍ୟବସାୟୀମାନେ ଯୋଗ ଦେଇଛନ୍ତି । 562ଟି ଭିନ୍ନ ଭିନ୍ନ ଷ୍ଟଲରେ ବ୍ୟବସାୟୀମାନେ ନିଜର ଜିନିଷ ବିକ୍ରି କରୁଛନ୍ତି । ଯେଉଁଥିପାଇଁ ସନ୍ଧ୍ୟା ବେଳେ ଜମୁଛି ଲୋକଙ୍କ ଭିଡ । ତେବେ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ସୂଚନା ଦେଇଛନ୍ତି ଆୟୋଜକ ମଣ୍ଡଳୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details