ଭୁବନେଶ୍ବର: କୋର୍ଟରେ ବିବାହ କରିବା ପରେ ଶାଶୁଘରକୁ ଯିବାକୁ ଯିଦ ଧରିବାରୁ ସ୍ବାମୀର ଏସିଡ ମାଡ ଘଟଣା । ଗତ ଅଗଷ୍ଟ ୧୧ରେ ଘଟଣା ଘଟାଇ ଫେରାର ଥିବା ସ୍ବାମୀ ପପୁନି ରାଉତ ଗୁଜୁରାଟରୁ ଗିରଫ ହୋଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ଧଉଳି ଏସିଡ ମାଡ ଘଟଣା, ଗୁଜୁରାଟରୁ ଧରାପଡିଲା ଫେରାର ସ୍ବାମୀ
କୋର୍ଟରେ ବିବାହ କରିବା ପରେ ଶାଶୁଘରକୁ ଯିବାକୁ ଜିଦ ଧରିବାରୁ ସ୍ବାମୀର ଏସିଡ ମାଡ ଘଟଣା । ଗୁଜୁରାଟରୁ ଅଭିଯୁକ୍ତ ସ୍ବାମୀ ଗିରଫ । ଅଧିକ ପଢନ୍ତୁ...
ବିବାହ ପାଇ ଜିଦ ଧରିବାରୁ ପ୍ରେମିକାକୁ ଏସିଡ ମାଡ; ଗୁଜୁରାଟରୁ ଗିରଫ ହେଲା ଫେରାର ପ୍ରେମିକ
ସୂଚନା ଅନୁସାରେ, ପୂର୍ବରୁ ନିମାପଡ଼ାର ଜଣେ ଯୁବକ ପିପିଲିର ଜଣେ ଯୁବତୀଙ୍କୁ ପ୍ରେମ କରି କୋର୍ଟରେ ବିବାହ କରିଥିଲେ । କିନ୍ତୁ ପରେ ଝିଅକୁ ନିଜ ଘରକୁ ନେଇନଥିଲେ ପ୍ରେମିକ। ଏ ସମ୍ପର୍କରେ ଯୁବକକୁ ଧଉଳି ଡାକି ଯୁବତୀ ଜଣକ ତାଙ୍କ ଘରକୁ ଯିବାକୁ ଜିଦ ଧରିଥିଲେ । ଯୁବକ ହଠାତ ତାଙ୍କ ଉପରକୁ ଏସିଡ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ହେଲେ ଆଜି ତାଙ୍କୁ ପୋଲିସ ଗିରଫ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ