ଭୁବନେଶ୍ବର: ହାଇପ୍ରୋଫାଇଲ ଲିଙ୍କ ଲୁଚାଇବାକୁ ବିଦ୍ୟାଭାରତୀଙ୍କୁ ଗିରଫ କରାଯାଉନି । କାରଣ ବିଦ୍ୟାଭାରତୀ ଗିରଫ ହେଲେ ଖୋଲିପାରନ୍ତି ମର୍ଡର ପଛର ଲିଙ୍କ । ତେଣୁ ବଡ ବାବୁଙ୍କୁ ସୁରକ୍ଷା ଦେବାକୁ ତାଙ୍କୁ ଗିରଫ କରାଯାଉନି କି ପୋଲିସ ଏନେଇ ତଦନ୍ତ ସେ ଦିଗରେ କରୁନାହିଁ ବୋଲି ସଙ୍ଗୀନ ଅଭିଯୋଗ ଆସିଛି ।
ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଭାଇଙ୍କ ଦାବି, ପତ୍ନୀଙ୍କୁ ଗିରଫ କର ଫିଟିବ ରହସ୍ୟ - ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୌମ୍ୟଙ୍କ ଭାଇ
ଏସିଏଫ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୌମ୍ୟଙ୍କ ଭାଇ । ବିଦ୍ୟାଭାରତୀଙ୍କୁ ଗିରଫ କଲେ ସବୁ ରହସ୍ୟ ସାମ୍ନାକୁ ଆସିବ ବୋଲି ସୌମ୍ୟଙ୍କ ଦାବି । ଅଧିକ ପଢନ୍ତୁ...
ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ଭାଇ ଗତକାଲି(ବୁଧବାର) ଏପରି ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, 'ବଡ ବଡ ବାବୁଙ୍କ ମର୍ଡର ଲିଙ୍କ ଚାପିବା ପାଇଁ ଏପରି ତଦନ୍ତର ଆଳ ଚାଲିଛି । ତେଣୁ ଏହାର ହାଇକୋର୍ଟ ମନିଟରିଂ ତଦନ୍ତ ହେଉ ବା ସିବିଆଇକୁ କେସ ହସ୍ତାନ୍ତର କରାଯାଉ ।' ଏନେଇ ସିଏମ ଗ୍ରିଭାନ୍ସରେ ପହଞ୍ଚି ଏଭଳି ଅଭିଯୋଗ କରିଛନ୍ତି ଏସିଏଫ ସୋମ୍ୟରଜନଙ୍କ ଭାଇ । ସିଏମ ଗ୍ରିଭାନ୍ସରେ ପୁର୍ବରୁ ଗତ ୧୯ ତାରିଖରେ ଜଣାଇଥିଲେ ମଧ୍ୟ ପୁନର୍ବାର କେସର ତଦନ୍ତ ଅଗ୍ରଗତି ପାଇଁ ଏପରି ଆସି ଆଉ ଥରେ ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ଭାଇ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ