ଓଡିଶା

odisha

ETV Bharat / city

ରାଜଧାନୀର ହରର ସ୍ପଟ ହାଇୱେ

ରାଜଧାନୀରେ ହାଇୱେ ସ୍ପଟ ହେଉଛି ଭୟଙ୍କର । କାରଣ ସୋମବାର ସକାଳେ ଏହି ହାଇୱେରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସନ୍ଧ୍ୟାରେ ଅନ୍ୟ ଏକ ଦୁର୍ଘଟଣାରେ ୨ ଗୁରୁତର ହୋଇଥିବା ଜଣାପଡିଛି ।

By

Published : May 27, 2019, 11:31 PM IST

Updated : May 28, 2019, 12:47 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ହାଇୱେ ସ୍ପଟ ହେଉଛି ଭୟଙ୍କର । କାରଣ ସୋମବାର ସକାଳେ ଏହି ହାଇୱେରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସନ୍ଧ୍ୟାରେ ଅନ୍ୟ ଏକ ଦୁର୍ଘଟଣାରେ ୨ ଗୁରୁତର ହୋଇଥିବା ଜଣାପଡିଛି । ରାତି ପାହିଲେ ଆସୁଛି ଦୁର୍ଘଟଣାର ଖବର । ସୋମବାର ସକାଳେ ଜୟଦେବ ବିହାର ଓଭରବ୍ରିଜ ତଳେ ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣ ହରାଇଥିବାବେଳେ ସନ୍ଧ୍ୟାରେ ପୁଣି ଘଟିଛି ଅଘଟଣ । ସିଆରପି ଛକ ଓଭରବ୍ରିଜ ଉପରେ ଏକ ଟ୍ରକକୁ ଓଭର ଟେକ କରିବାବେଳେ ସ୍କୁଟିକୁ ପଛପଟୁ ଧକ୍କା ଦେଇଛି ବାଲେନୋ କାର ।

କାର ଚାଳକ ସାମାନ୍ୟ ଆହତ ହୋଇଥିବାବେଳେ ସ୍କୁଟି ଚାଳକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ଓ ପଛରେ ବସିଥିବା ଯୁବକଙ୍କ ହାତ ଭାଙ୍ଗିବା ସହ ସେ ଗୁରୁତର ଆହତ ହୋଇଛନ୍ତି । ଏନେଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ହସପିଟାଲ ପଠାଯାଇଥିବା ଜଣାପଡିଛି । ତେବେ ଗୋଟିଏ ଦିନରେ ଏଭଳି ଦୁଇଟି ଦୁର୍ଘଟଣା କମିଶନରେଟ ପୋଲିସକୁ ଚିନ୍ତାରେ ପକାଇଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : May 28, 2019, 12:47 PM IST

ABOUT THE AUTHOR

...view details