ଓଡିଶା

odisha

ETV Bharat / city

ଉତ୍ତରାଞ୍ଚଳ ରାଜସ୍ବ ସମୀକ୍ଷା ବୈଠକ: ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପ ପାଇଁ ତ୍ୱରିତ ଜମି ଅଧିଗ୍ରହଣକୁ ପ୍ରାଥମିକତା

ଆକ୍ସନ ମୁଡରେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ଜମି ଅଧିଗ୍ରହଣ ଲାଗି ବିଳମ୍ବ ହେଉଥିବା ରେଳ, ସ୍କୁଲ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ଲାଗି ବସୁଛି ତୁହାକୁ ତୁହା ସମୀକ୍ଷା ବୈଠକ । ତୁରନ୍ତ ଅଧିଗ୍ରହଣ ସମସ୍ୟା ଦୂର କରି ଜମି ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Jan 22, 2022, 9:43 AM IST

ଉତ୍ତରାଞ୍ଚଳ ରାଜସ୍ବ ସମୀକ୍ଷା ବୈଠକ; ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପ ପାଇଁ ତ୍ୱରିତ ଜମି ଅଧିଗ୍ରହଣକୁ ପ୍ରାଥମିକତା
ଉତ୍ତରାଞ୍ଚଳ ରାଜସ୍ବ ସମୀକ୍ଷା ବୈଠକ; ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପ ପାଇଁ ତ୍ୱରିତ ଜମି ଅଧିଗ୍ରହଣକୁ ପ୍ରାଥମିକତା

ଭୁବନେଶ୍ବର:ଆକ୍ସନ ମୁଡରେ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ । ସତ୍ୟବ୍ରତ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାଇତ୍ୱ ନେବା ପରେ ଚଳଚଞ୍ଚଳ ହୋଇଛି ବିଭାଗ । ଜମି ଅଧିଗ୍ରହଣ ଲାଗି ବିଳମ୍ବ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନେଉଛନ୍ତି ସତ୍ୟବ୍ରତ । ଜମି ଅଧିଗ୍ରହଣ ଲାଗି ବିଳମ୍ବ ହେଉଥିବା ରେଳ, ସ୍କୁଲ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ଲାଗି ବସୁଛି ତୁହାକୁ ତୁହା ସମୀକ୍ଷା ବୈଠକ । ତୁରନ୍ତ ଅଧିଗ୍ରହଣ ସମସ୍ୟା ଦୂର କରି ଜମି ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସତ୍ୟବ୍ରତ ।

ସେହିପରି ଆଜି ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ 10ଟି ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଡାକିଛନ୍ତି ସତ୍ୟବ୍ରତ । ସତ୍ୟବ୍ରତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ବୋର୍ଡ଼ ଅଫ ରେଭିନ୍ୟୁର ସଚିବ, ବିଭାଗର ବହୁ ବରିଷ୍ଠ ଅଧିକାରୀ, ଆଇଜିଆର, ଭୂ-ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ, ଏନଆଇସି ଓ ଓରସାକର ବରିଷ୍ଠ ଅଧିକାରୀ ସମେତ 10ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିଲେ । ବିଭାଗରେ ସମସ୍ତ ସମସ୍ତ ସେବା ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳ ମାଧ୍ୟମରେ ପ୍ରଦାନ କରାଯାଉଥିବାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଖୁସିବ୍ୟକ୍ତ କରିଛନ୍ତି । ଠିକ ସମୟ ମଧ୍ୟରେ ଜନସାଧାରଣଙ୍କୁ ସମସ୍ତ ସେବା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।



ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଅଧିକାରୀମାନଙ୍କୁ ନିଜ ଓ ନିଜ ଅଧିନସ୍ଥ କାର୍ଯ୍ୟାଳୟମାନଙ୍କରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପତିତ ରେଭିନ୍ୟୁ ଜଙ୍ଗଲ ଜମିରେ କାମ୍ପା ମାଧ୍ୟମରେ ବନିକରଣ କରିବାପାଇଁ 10,000 ହେକ୍ଟର ଜାଗା ଚିହ୍ନଟ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଓ ଓରସାକ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସମସ୍ତ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଏକବର୍ଷ ମଧ୍ୟରେ 1 ଲକ୍ଷ ହେକ୍ଟର ପତିତ ରାଜସ୍ବ ଜଙ୍ଗଲ ଜମି ଚିହ୍ନଟ କରିବାକୁ ଯୋଜନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ 31 ସୁଦ୍ଧା ସମସ୍ତ ଯୋଗ୍ୟ ବାସହୀନ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ବାସଯୋଗ୍ୟ ଜମି ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ମାର୍ଚ୍ଚ 31 ମଧ୍ୟରେ ପଟ୍ଟା ଦିଆଯିବ ।



ଅତିରିକ୍ତ ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ରାଜସ୍ବ ଅଧିକାରୀ ଓ ଶିକ୍ଷା ଅଧିକାରୀ ମାନଙ୍କ ସହ ସମନ୍ୱୟ ବୈଠକ କରି ସମସ୍ତ ପ୍ରକାର ସମସ୍ୟାର ସମାଧାନ ପୂର୍ବକ ମାର୍ଚ୍ଚ 5 ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କୁ ଜମିପଟ୍ଟା ହସ୍ତାନ୍ତର କରିବେ । ଜିଲ୍ଲାମାନେ ଓରସାକ ସହାୟତାରେ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ସମସ୍ତ ବାଲୁକା ଉତ୍ସ, ପଥର ଓ ମୋରମ ଉତ୍ସକୁ ଯଥାଶୀଘ୍ର ଚିହ୍ନଟ କରିବେ । ଉତ୍ତରାଞ୍ଚଳ ଡିଭିଜନ ଅନ୍ତର୍ଗତ ସମସ୍ତ ଜିଲ୍ଲାରେ ସମସ୍ତ ବେ-ବନ୍ଦୋବସ୍ତ କେସର ଫଇସଲା ଫେବୃଆରୀ 28 ମଧ୍ୟରେ କରିବାକୁ ନିର୍ଦ୍ଦେଶ ସେ ନିର୍ଦ୍ଦେଶ ଦେଇଛନ୍ତି । ଦେବଗଡ ଓ ସୋନପୁର ଜିଲ୍ଲାରେ ହାଇ-ଟେକ ସର୍ଭେକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସୁନ୍ଦରଗଡ ଜିଲ୍ଲାରେ ହାଇ-ଟେକ ସର୍ଭେକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦିଆଯାଇଛି ।

ଜିଲ୍ଲାଗୁଡିକରେ ହେଉଥିବା ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ପ୍ରକଳ୍ପ ଯଥା ରେଳ, ଜାତୀୟ ରାଜପଥ, ବିଜୁ ଏକ୍ସପ୍ରେସୱେ ଓ ଜଳସେଚନ ପ୍ରକଳ୍ପ ଗୁଡିକ ନିମନ୍ତେ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ଵରାନିତ କରିବା ସହିତ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ସେ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏବଂ ଅତିରିକ୍ତ ଜିଲ୍ଲାପାଳମାନେ ନିୟମିତ ଭାବେ ସ୍ଥାନୀୟ ସମସ୍ୟା ଗୁଡିକର ସମୀକ୍ଷା କରିବା ସହିତ 5-T ଓ ମୋ ସରକାର କାର୍ଯ୍ୟସୂତ୍ରୀ ଆଧାରରେ ରାଜସ୍ୱ ପ୍ରଶାସନକୁ ସ୍ଵଚ୍ଛ, ନିର୍ମଳ ଓ ସଶକ୍ତୀକରଣ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବାକୁ ସେ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହିପରି ଡିଭିସନ ସ୍ତରୀୟ ସମୀକ୍ଷା ବୈଠକ ପ୍ରତି ମାସରେ ଅନୁଷ୍ଠିତ ହେବ ବୋଲି ବିଭାଗ ତରଫରୁ ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details