ଓଡିଶା

odisha

ETV Bharat / city

ମହିଳା କମିସନରେ ରୁଜ୍ଜୁ ହୋଇଛି 1325 ମାମଲା - ଭୁବନେଶ୍ବର ଖବର

ନିଜ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସଚେତନ ହେଉଛନ୍ତି ମହିଳା । ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା କମିସନଙ୍କ ପାଖରେ ମୋଟ 1325ଟି ମାମଲା ରୁଜୁ ହୋଇଛି। ଯେଉଁଥିରେ ସାମିଲ ଅଛି ଯୌତୁକ ନିର୍ଯ୍ୟାତନା, ପାରିବାରିକ ହିଂସା ଏବଂ ଦୁଷ୍କର୍ମ ଭଳି ମାମଲା । ଆଉ ଏସବୁ ମାମଲା ରୁଜୁ ହେବାରେ ସବୁଠାରୁ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 10, 2019, 9:54 PM IST

ଭୁବନେଶ୍ବର: ମହିଳା କମିଶନଙ୍କ ନିକଟରେ ସର୍ବାଧିକ ଅଭିଯୋଗ ହୋଇଥିବା ଅଞ୍ଚଳ ମଧ୍ୟରେ ସବୁଠାରୁ ଆଗରେ ରହିଛି ଭୁବନେଶ୍ବର। ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ମାମଲା ମହିଳା କମିଶନଙ୍କ ନିକଟରେ ପଡିରହିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ ମହିଳା, ନିଜ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସଚେତନ ହେବା ସହ ନ୍ୟାୟ ପାଇଁ ଆଗକୁ ଆସୁଛନ୍ତି।

ଚଳିତ ବର୍ଷ ମହିଳା କମିଶନଙ୍କ ପାଖରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ମାମଲା ରହିଥିବା ବେଳେ ସମ୍ବଲପୁରରେ ସର୍ବନିମ୍ନ ରହିଛି । ଭୁବନେଶ୍ବରରେ 32ଟି ଯୌତୁକ ମାମଲା ରହିଥିବା ବେଳେ 71ଟି ପାରିବାରିକ ହିଂସା ଓ ଗୋଟିଏ ଦୁଷ୍କର୍ମ ମାମଲା ରହିଛି। ମହିଳା କମିଶନଙ୍କ ପାଖରେ ଚଳିତ ବର୍ଷ ଜାନୁଆରୀ ଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ମୋଟ 1325ଟି ମାମଲା ପଞ୍ଜିକୃତ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେଥି ମଧ୍ୟରୁ 648 ଟି ମାମଲାର ଶୁଣାଣି ସରିଛି । ରାଜ୍ୟରେ ସମସ୍ତ ଜିଲ୍ଲା ତୁଳନାରେ ପ୍ରଥମରେ ଖୋର୍ଦ୍ଧା, ଦ୍ଵିତୀୟରେ କଟକ ଏବଂ ତୃତୀୟରେ ପୁରୀ ଜିଲ୍ଲା ରହିଛି।ତେବେ ଖୋର୍ଦ୍ଧା ଜିଲ୍ଲାରେ 80ଟି ଯୌତୁକ ଜନିତ ମାମଲା, 130ଟି ପାରିବାରିକ ହିଂସା ଓ 2ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। କଟକ ଜିଲ୍ଲାରେ 39ଟି ଯୌତୁକ ମାମଲା ରହିଥିବା ବେଳେ 46ଟି ପାରିବାରିକ ହିଂସା ଓ 3ଟି ଦୁଷ୍କର୍ମ ମାମଲା ରହିଛି। ସେହିପରି ପୁରୀରେ 33ଟି ଯୌତୁକ ମାମଲା, 44ଟି ପାରିବାରିକ ହିଂସା ଓ ଗୋଟିଏ ଦୁଷ୍କର୍ମ ମାମଲା ରହିଛି।

ସେହିପରି ମହିଳା କମିଶନ ନିକଟରେ ସବୁଠାରୁ କମ ମାମଲା ରୁଜୁ ହୋଇଥିବା ଜିଲ୍ଲା ହେଉଛି ସମ୍ବଲପୁର । ସମ୍ବଲପୁର ଜିଲ୍ଲାରେ 5ଟି ଯୌତୁକ ମାମଲା ରହିଥିବା ବେଳେ 5ଟି ପାରିବାରିକ ହିଂସା ଓ ଗୋଟିଏ ଦୁଷ୍କର୍ମ ମାମଲା ମହିଳା କମିଶନଙ୍କ ନିକଟରେ ରୁଜୁ ହୋଇଛି । ମୋଟ ଉପରେ କହିବାକୁ ଗଲେ ଉପକୂଳ ଜିଲ୍ଲାରେ ଅଧିକ ମାମଲା ରହିଥିବା ଦେଖାଯାଇଛି । ଏହି ସବୁ ମାମଲା ଗୁଡିକରୁ ସ୍ପଷ୍ଟ ଯେ ମହିଳା, ନିଜ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି।

ରାଜଧାନୀ ଭୁବନେଶ୍ବର ଖୋର୍ଦ୍ଧା ଜିଲ୍ଲା ଅଧିନରେ ଆସୁଥିବାରୁ ଏଠାରେ ସର୍ବାଧିକ ମାମଲା ରଜ୍ଜୁ ହେବା ସ୍ବଭାବିକ ବୋଲି କହିଛନ୍ତି ମହିଳା କମିଶନ ମିନତୀ ବେହେରା। ରାଜ୍ୟରେ ବିଭିନ୍ନ ବ୍ଲକ ଗୁଡିକରେ ନାରୀ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details