ଭୂବନେଶ୍ବର: ପୋଲିସ ରିମାଣ୍ଡରେ ଯାଇଛନ୍ତି IFS ଅଭୟ ପାଠକ । ସ୍କାଏ କିଙ୍ଗ ସହ ହୋଇଥିବା ଡିଲର ଗୁମର ଖୋଲିବା ପାଇଁ ତାଙ୍କୁ ଜେରା କରିବ ପୋଲିସ । ସେ ନେଇ ସ୍କାଏକିଙ୍ଗ ୬୫ଲକ୍ଷ ଠକେଇର ଗୁମର ଖୋଲିବାକୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ ।
ପୁଅକୁ ଟାଟା ଏମଡି କହି ସ୍କାଏ କିଙ୍ଗ ସହ ପରିଚୟ କରାଇଥିଲେ ଅଭୟ । ସେ ନିଜେ ଏହି ଡିଲ ପାଇଁ ଚାର୍ଟାଡ଼ ଫ୍ଲାଇଟର ବୁକି ଓ ଟ୍ରାଭେଲିଂ ପାଇଁ ସମସ୍ତ କାରବାରର ମଧ୍ୟସ୍ଥି ସାଜିଥିଲେ । ଏଥିପାଇଁ ସ୍କାଏକିଙ୍ଗ ଅଫିସିଆଲଙ୍କୁ ଘରକୁ ଡ଼କାଇ ଡିଲ କରିଥିବା ସୁରାକ ପାଇଛି ପୋଲିସ ।