ଓଡିଶା

odisha

ଫେସବୁକ ପେଜରେ BJD ଠୁ AAPର ଫଲୋଅର୍ସ ଅଧିକ

By

Published : Aug 29, 2022, 8:50 PM IST

ଦିଲ୍ଲୀ ଓ ପଞ୍ଜାବ ପରେ ଏବେ ଓଡ଼ିଶାରେ ବି ଦେଖିବାକୁ ମିଳିଛି ଆପ୍‌ର କ୍ରେଜ୍‌ (AAP may contest as main opposition )। ସୋସିଆଲ ମିଡିଆ ପେଜ୍‌ରେ ବିଜେଡିର ଫଲୋଅର୍ସ ସଂଖ୍ୟାଠାରୁ ବଢ଼ିଛି ଆପ୍‌ର ଫଲୋଅର୍ସ ସଂଖ୍ୟା । ଅଧିକ ପଢ଼ନ୍ତୁ

AAP may contest as main opposition in 2024 poll as their followers increasing than BJD
ଫେସବୁକ ପେଜରେ BJDଠୁ AAPର ଫଲୋଅର୍ସ ଅଧିକ, ୨୦୨୪ରେ ନୂଆ ସମ୍ଭାବନା ନେଇ ଚର୍ଚ୍ଚା

ଭୁବନେଶ୍ବର: ଖାଲି ଦିଲ୍ଲୀ କିମ୍ବା ପଞ୍ଜାବ ନୁହେଁ ଓଡ଼ିଶାରେ ବି ଆମ ଆଦମୀ ପାର୍ଟିର ଲୋକପ୍ରିୟତା ବଢ଼ିବାରେ ଲାଗିଛି(AAP may contest as main opposition ) । ଆମ ଆଦମୀ ପାର୍ଟିର ଉପରେ ନଜର ରଖୁଛନ୍ତି ଓଡ଼ିଶାବାସୀ (AAP followers increasing)। ରାଜ୍ୟରେ ଏକ ନମ୍ବର ରାଜନୈତିକ ଦଳ ଭାବରେ ବିଜେଡିର ଲୋକପ୍ରିୟତା ରହି ଆସିଛି । କିନ୍ତୁ ଗତ ସପ୍ତାହରେ ଆପ୍‌ର ଫେସବୁକ୍‌ ପେଜ୍‌ ଫଲୋଅର୍ସ ସଂଖ୍ୟା ବିଜେଡି ଫଲୋଅର୍ସ ସଂଖ୍ୟାଠାରୁ ଅଧିକ ହୋଇଛି(BJD less followers than AAP) । ଏହାକୁ ନେଇ ଆଗାମୀ ଦିନରେ ଆପ୍‌ ଓଡ଼ିଶାରେ ବିରୋଧୀ ରୂପେ ଉଭା ହେବା ନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।

ଫେସବୁକ ପେଜରେ BJDଠୁ AAPର ଫଲୋଅର୍ସ ଅଧିକ, ୨୦୨୪ରେ ନୂଆ ସମ୍ଭାବନା ନେଇ ଚର୍ଚ୍ଚା

ଆପ୍‌ର ଫଲୋଅର୍ସ ସଂଖ୍ୟା ବୃଦ୍ଧି ହେବା ନେଇ ଓଡ଼ିଶା ଆପ୍‌ ଆବାହକ ନିଶିକାନ୍ତ ମହାପାତ୍ର ସୂଚନ ଦେଇଛନ୍ତି । ସେ କହିଛନ୍ତି, "ରାଜ୍ୟରେ ଆମ୍ ଆଦମୀ ପାର୍ଟିର ବିଚାରଧାରା, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଓ ରୋଜଗାରର ରାଜନୀତି ପ୍ରତି ସମର୍ଥନ ବଢିଛି । ବିଗତ ଦୁଇ ତିନି ମାସ ମଧ୍ୟରେ ଯେଉଁଭଳି ଭାବେ ଆପ୍‌ ପ୍ରତି ଲୋକଙ୍କ ସମର୍ଥନ ବଢିଛି, ଏଥିରୁ ଆଗାମୀ ଦିନରେ ଓଡିଶାରେ ବିକଳ୍ପ ରାଜନୀତିରେ ଆପ୍‌ ସଫଳ ହେବାକୁ ଯାଉଛି ବୋଲି ସ୍ପଷ୍ଟ ହେଉଛି ।" ଓଡିଶା ଜନସାଧାରଣଙ୍କ ମଧ୍ୟରେ ଆପ୍‌ର ସର୍ବାଧିକ ଲୋକପ୍ରିୟତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଓଡ଼ିଶା ଆପ୍‌ ଆବାହକ ।

ସେପଟେ ଫେସ୍‌ବୁକ୍‌ ପେଜ୍‌ରେ ଆପ୍‌ର ଫଲୋଅର୍ସ ସଂଖ୍ୟାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସର ପୂର୍ବତନ ନେତା ଭିନ୍ନମତ ରଖିଛନ୍ତି । ପୂର୍ବତନ ବିଜେଡି ହେଭିୱେଟ୍ ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, "ସୋସିଆଲ ମିଡିଆରେ କଳାକୁ ଧଳା, ଧଳାକୁ କଳା କରାଯାଏ । ରାଜ୍ୟରେ କେହି ଆପ୍‌କୁ ଜାଣି ନାହାନ୍ତି । ରାଜ୍ୟରେ କେବଳ ଲୋକେ ନବୀନଙ୍କୁ ଜାଣିଛନ୍ତି । ବିଶ୍ବରେ ଓଡ଼ିଶାକୁ କେବଳ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ହିଁ ପରିଚିତ କରାଇ ପାରିଛନ୍ତି । ତେଣୁ ରାଜ୍ୟରେ ଆପ୍‌, ବିଜେପି କିମ୍ବା କଂଗ୍ରେସର ଲୋକପ୍ରିୟତାର ପ୍ରଶ୍ନ ଉଠୁନାହିଁ ।"

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ଅନନ୍ତ ସେଠୀ । ସେ କହିଛନ୍ତି, "ରାଜ୍ୟରେ ସହରାଞ୍ଚଳ କେନ୍ଦ୍ରିତ ରାଜନୀତି କରୁଛି ଆପ୍‌ । ଓଡ଼ିଶା ଦିଲ୍ଲୀ ନୁହେଁ, ଗ୍ରାମାଞ୍ଚଳରେ ଆପ୍‌ର ନୀତି କାର୍ଯ୍ୟକାରୀ ହେବନି । ଗ୍ରାମାଞ୍ଚଳରେ ସୋସିଆଲ ମିଡିଆ କାମରେ ଆସିବନି । 2024 ପୂର୍ବରୁ ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ସୁଦୃଢ଼ ହେବ ଏବଂ ଅଧିକ ଆସନ ପାଇ ବିଜୟୀ ହେବ ।"

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଆଜିକାଲି ଯେଉଁମାନଙ୍କ ଭୋଟ ଦେବାର ଅଧିକାର ନାହିଁ ସେମାନେ ମଧ୍ୟ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ଏହାଛଡ଼ା ସୋସିଆଲ ମିଡିଆରେ ଫଲୋଅର୍ସ ସଂଖ୍ୟା ବୃଦ୍ଧି ପାଇଲେ କେବଳ ବିରୋଧୀ ଦଳ ଭୂମିକ ନେଇଯିବ, ଏଥିରେ କୌଣସି ବାସ୍ତବତା ନାହିଁ । ୨୨ ବର୍ଷ ଧରି ବିଜେଡି ରାଜ୍ୟରେ ଶାସନ କରିବା ପରେ ଲୋକଙ୍କ ସମସ୍ୟାର ସମାଧାନ କରିପାରିନି । ତେଣୁ ଫଲୋଅର୍ସ ସରକାରଙ୍କୁ ବିରୋଧ କରି ବଢ଼ିଛି ।"

ବିଜେଡି -ବିଜେପି ମଧ୍ୟରେ ସଲାସୁତୁରା ରାଜନୀତି ଚାଲିଥିବା ଅଭିଯୋଗ କରି ଆସିଛି ଆପ୍‌ । କେନ୍ଦ୍ରରେ ବିଜେପିକୁ ବାରମ୍ବାର ସମର୍ଥନ ଦେଇଆସୁଛି ବିଜେଡି । ତେଣୁ ରାଜ୍ୟରେ ଆପ୍‌ ଏକ ଶକ୍ତ ବିରୋଧି ଦଳ ଭାବେ ଉଭା ହେବା ନେଇ ପୂର୍ବାନୁମାନ କରାଯାଉଛି ।

ରାଜ୍ୟରେ ଫେସବୁକ୍‌ ପେଜ୍‌ରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଥିଲା । ତେବେ ଏହି ଟ୍ରେଣ୍ଡକୁ ଭଙ୍ଗିଛି ଆପ୍‌ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି ।

ଭୁବନେଶ୍ବରରୁ ଲାଲମୋହନ ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details