ଭୁବନେଶ୍ବର: ଓଡିଶା ସରକାର ରାଜ୍ୟରେ ପୁଣି ଆଧାର ପଞ୍ଜିକରଣ ଆରମ୍ଭ କରିବେ। ଲକଡାଉନ ଓ କରୋନା ଭୂତାଣୁ ପାଇଁ ଏହି ପଞ୍ଜିକରଣ ବନ୍ଦ ରଖାଯାଇଥିଲା ।
ରାଜ୍ୟରେ ପୁଣି ଆରମ୍ଭ ଆଧାର ପଞ୍ଜିକରଣ
ହିତାଧିକାରୀ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବାରୁ ରାଜ୍ୟରେ ପୁଣି ଆରମ୍ଭ ହେବ ଆଧାର ପଞ୍ଜିକରଣ । କୋରୋନା ଯୋଗୁଁ ହୋଇଥିଲା ବନ୍ଦ । ଅଧିକ ପଢ଼ନ୍ତୁ...
ରାଜ୍ୟରେ ପୁଣି ଆରମ୍ଭ ଆଧାର ପଞ୍ଜିକରଣ
ପୁଣି ଥରେ ଆଧାର ସେଣ୍ଟର ଖୋଲିବାକୁ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛି ଆଇଟି ବିଭାଗ । ବିଭାଗୀୟ ସ୍ବତନ୍ତ୍ର ସଚିବ ତଥା ଓକାକ ସିଇଓ ମନୋଜ ପଟ୍ଟନାୟକ ଏହି ଚିଠି ଲେଖିଛନ୍ତି। ମାର୍ଚ୍ଚ 20ରୁ ଏହି ବ୍ୟବସ୍ଥା ବନ୍ଦ ରହିଥିଲା । ତେବେ ଆଧାର ନଥିବାରୁ ଅନେକ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ରହିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ