ଓଡିଶା

odisha

ETV Bharat / city

ରାଜଧାନୀରେ ହେବ ଜଳ ଏକାଡେମୀ, ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ଲକ୍ଷ୍ୟ - ରାଜ୍ୟ ପାନୀୟ ଜଳ ଯୋଗାଣ ମନ୍ତ୍ରୀ

ରାଜଧାନୀରେ ସେଣ୍ଟର ଅଫ୍ ଏକ୍ସିଲେନ୍ସି ଭାବରେ ଓଡ଼ିଶା ଜଳ ଏକାଡେମୀ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ....

ରାଜଧାନୀରେ ହେବ ଜଳ ଏକାଡେମି, ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ଲକ୍ଷ
ରାଜଧାନୀରେ ହେବ ଜଳ ଏକାଡେମି, ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ଲକ୍ଷରାଜଧାନୀରେ ହେବ ଜଳ ଏକାଡେମି, ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ଲକ୍ଷ

By

Published : Apr 13, 2021, 7:32 PM IST

ଭୁବନେଶ୍ବର: ରାଜଧାନୀରେ ଏକ ସେଣ୍ଟର ଅଫ୍ ଏକ୍ସିଲେନ୍ସି ଭାବରେ ଓଡ଼ିଶା ଜଳ ଏକାଡେମୀ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଏକାଡେମୀ ପାନୀୟ ଜଳ ଯୋଗାଣ ଓ ଏବଂ ବର୍ଜ୍ୟଜଳ ପରିଚାଳନା କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟରେ ପ୍ରତିଷ୍ଠା କରାଯିବ । ଏହି ଅନୁଷ୍ଠାନ ଏକ ଅଗ୍ରଣି ତାଲିମ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

ଏହି ଅବସରରେ ପଞ୍ଚାୟତ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ପ୍ରତ୍ୟେକ ସହରୀ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ସେବା ଯୋଗାଇ ଦେବା ସରକାରଙ୍କ ପାଇଁ ସବୁବେଳେ ପ୍ରାଥମିକତା ରହି ଆସିଛି । ଓଡ଼ିଶା ଜଳ ନିଗମ ( WATCO ), ଜନସ୍ବାସ୍ଥ୍ୟ କାରିଗରୀ ସଂସ୍ଥା ( PHEO ), ଓଡିଶା ଜଳ ଯୋଗାଣ ଓ ପରିମଳ ପରିଷଦ ( OWSSB ) ଏବଂ ଅନ୍ୟାନ୍ୟ ଆନୁସଂଗିକ ସଂଗଠନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏହି ଏକାଡେମୀ ଏକ ଅଗ୍ରଣୀ ଅନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

ପୂର୍ବାପେକ୍ଷା ରାଜ୍ୟରେ ପାନୀୟ ଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନାକୁ ଅଧିକ ଦକ୍ଷତାର ସହିତ ସମ୍ପାଦନ କରିବା ପାଇଁ ଏହି ଏକାଡେମୀରେ ଉଭୟ ପରିଚାଳକ ଏବଂ କର୍ମଚାରୀ ସବୁ ପର୍ଯ୍ୟାୟରେ ଅତ୍ୟାଧୁନିକ ଓ ଅଭିନବ ପ୍ରଯୁକ୍ତି ସହାୟତାରେ ତାଲିମ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସୋସାଇଟିସ୍ ରେଜିଷ୍ଟ୍ରେସନ୍ ଆକ୍ଟ ୧୮୬୦ ଅନୁଯାୟୀ ଏହି ଏକାଡେମୀ ଏକ ସୋସାଇଟି ଭାବରେ ପଞ୍ଜିକୃତ ହେବ । ଓଡ଼ିଶା ଜଳ ନିଗମ ( WATCO )ର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ । ଏହାର ନିଜସ୍ୱ ମେମୋରେଣ୍ଡସ୍ ଅପ୍ ଆସୋସିଏସନ୍ ଏବଂ ନିୟମାବଳୀ ଅଧୀନରେ ଏହି ଏକାଡେମୀ ଓଡ଼ିଶା ଜଳ ନିଗମର ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ବୃତ୍ତିଗତ ତାଲିମ ସହଭାଗୀ ଦଳ ଓ ବିଶ୍ବସ୍ତରୀୟ ସହଭାଗିତା ଦ୍ଵାରା ପରିଚାଳିତ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ABOUT THE AUTHOR

...view details