ଭୁବନେଶ୍ବର: ସାଧବ ସସ୍କୃତି ବା ବୋଇତ ବନ୍ଦାଣ ଉତ୍ସବର ମାହାତ୍ମ୍ୟ ତଥା ଇତିହାସକୁ ନେଇ ଏକ ଭର୍ଚୁଆଲ ଆର୍ଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବହୁ ବିଶିଷ୍ଟ ଚିତ୍ରଶିଳ୍ପୀ ନିଜର ଚତ୍ରକଳା ପ୍ରଦର୍ଶନ କରିଛନ୍ତି । ଭୋୟେଜ ନାମକ ଏକ ସଂସ୍ଥା ପକ୍ଷରୁ 5 ମିନିଟର ଭର୍ଚୁଆଲ ଆର୍ଟ ପ୍ରଦର୍ଶିତ ହୋଇଛି ।
ସାଧବପୁଅଙ୍କ ଅତୀତର ଗୌରବ କଥା ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଭର୍ଚୁଆଲ ଆର୍ଟ ପଦର୍ଶନୀ ହୋଇଥିଲା । ସାଧବଙ୍କ ପ୍ରାସାଦକୁ ଦନ୍ତାଗୃହ କୁହାଯାଉଥିଲା । ବିଭିନ୍ନ ଶିଳାଲେଖ, ପ୍ରାଚୀନ ତାମ୍ର ଫଳକ ଓ ପୁରାତନ ବୌଦ୍ଧ ଦସ୍ତାବିଜରୁ ଏହାର ପ୍ରମାଣ ମିଳିଛି । ପ୍ରାସାଦ ଗୁଡିକୁ ହାତି ଦାନ୍ତରେ ସଜା ଯାଉଥିବାରୁ ଏହାକୁ ପ୍ରାଚୀନ ଓଡ଼ିଶାରେ ଦନ୍ତାଗୃହ କୁହାଯାଉଥିଲା । ସାଧବ ପୁଅଙ୍କଠାରୁ ସେହି ସମୟରେ ରାଜାମାନେ ମଧ୍ୟ ଧନ ଉଦ୍ଧାର ନେଉଥିବାର କିମ୍ବଦନ୍ତୀ ରହିଛି । ଏଥିପାଇଁ ସାଧବ ପୁଅମାନେ ବାଣିଜ୍ୟ ପାଇଁ ଗଲାବେଳେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥାଏ । ଏହି ସମସ୍ତ କିମ୍ବଦନ୍ତୀକୁ ଚିତ୍ରଶିଳ୍ପୀମାନେ ନିଜ ତୂଳୀରେ ଆଙ୍କି ଦେଖାଇଛନ୍ତି ।