ଓଡିଶା

odisha

ETV Bharat / city

ନାବାଳିକାଙ୍କୁ ଅଶ୍ଲୀଳ ମେସେଜ କରି ଗିରଫ ରସିକିଆ ଷ୍ଟୁଡିଓ ମାଲିକ

ଭୁବନେଶ୍ବରର ମଞ୍ଚେଶ୍ୱର ଥାନା ଅଧୀନରେ ଥିବା ସତ୍ୟ ବିହାରରେ ରହୁଥିବା ଷ୍ଟୁଡିଓ ମାଲି ନାବାଳିକାଙ୍କୁ ଅଶ୍ଲୀଳ ମେସେଜ ସହ ନାବାଳିକାଙ୍କୁ ଜୋର ଜବରଦସ୍ତି ପ୍ରେମ ନିବେଦନ କରୁଥିଲା । ଏହି ରସିକିଆ ଷ୍ଟୁଡିଓ ମାଲିକଙ୍କୁ କମିଶନରେଟ ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛି ।

By

Published : Jul 5, 2019, 9:47 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ନାବାଳିକାଙ୍କୁ ଅଶ୍ଲୀଳ ମେସେଜ କରି ଗିରଫ ହେଲେ ଷ୍ଟୁଡିଓ ମାଲିକ । ଭୁବନେଶ୍ବରର ମଞ୍ଚେଶ୍ୱର ଥାନା ଅଧୀନରେ ଥିବା ସତ୍ୟ ବିହାରରେ ରହୁଥିବା ଷ୍ଟୁଡିଓ ମାଲିକ ନାବାଳିକାଙ୍କୁ ଅଶ୍ଲୀଳ ମେସେଜ କରିବା ସହ ଜୋର ଜବରଦସ୍ତି ପ୍ରେମ ନିବେଦନ କରୁଥିଲା । ଏହି ଘଟଣା ଜଣାପଡିବା ପରେ କମିଶନରେଟ ପୋଲିସ ଷ୍ଟୁଡିଓ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଷ୍ଟୁଡିଓ ମାଲିକ ଜଣଙ୍କ ହେଲେ ଢେଙ୍କାନାଳର ପ୍ରକାଶ ପରିଡା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ପ୍ରକାଶଙ୍କ ଘର ଢେଙ୍କାନାଳରେ ହୋଇଥିବା ବେଳେ ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନରେ ଥିବା ସତ୍ୟବିହାରରେ ଏକ ଘର ନେଇ ରହୁଥିଲା । ତେବେ ଗତ ଦୁଇ ମାସ ତଳେ ପ୍ରକାଶ ନାବାଳିକାର ଭାଇକୁ ଫିଲ୍ମ ଓ ସିରିୟଲରେ ଅଭିନୟ ଦେବାର ପ୍ରଲୋଭନ ଦେଖାଇ ପ୍ରଥମେ ତାଙ୍କ ସହ ବନ୍ଧୁତା କରିଥିଲା । ପରେ ନାବାଳିକାର ଫୋନ ନମ୍ବର ଆଣି ଦିନରାତି ଅଶ୍ଳୀଳ ମେସେଜ କରିବା ସହ ଅଶ୍ଲୀଳ ଫଟୋ ମଧ୍ୟ ପଠାଉଥିଲା । ଏମିତିକି ବିଭିନ୍ନ ସମୟରେ ନାବାଳିକାଙ୍କୁ ଜୋର ଜବରଦସ୍ତି ପ୍ରେମ ନିବେଦନ କରୁଥିଲା ।


ଅଭିଯୁକ୍ତ ପ୍ରକାଶର ଏପରି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଶେଷରେ ନାବାଳିକା ଜଣଙ୍କ ଅତ୍ମହତ୍ୟା ଉଦ୍ୟମ କରି ଗୁରୁତର ଭାବରେ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ନାବାଳିକାର ଅଭିଯୋଗକୁ ଭିତ୍ତି କରି ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ପ୍ରକାଶକୁ ଖୋଜିଥିଲା । କିନ୍ତୁ ପ୍ରକାଶ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲା ।


ଗତ ବୁଧବାର ଏକ ବାହାଘର କାର୍ଯ୍ୟକ୍ରମରେ ଅଭିଯୁକ୍ତ ପ୍ରକାଶ ଭିଡିଓ ସୁଟିଂ କରୁଥିବା ଖବର ପାଇଁ ପୋଲିସ ତାକୁ ଗିରଫ କରିଥିଲା । ଶୁକ୍ରବାର ପ୍ରକାଶକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ ।

ଭୁବନେଶ୍ବରରୁ ବିକାଶ ଦାସଙ୍କ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details