ଓଡିଶା

odisha

ETV Bharat / city

କଲେଜରୁ ବହିଷ୍କାର ପରେ ଜୀବନ ହାରିଲେ ଛାତ୍ର

କଲେଜ ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ଛାତ୍ର ହେଲେ ବହିଷ୍କାର । ଆଉ ମାନସିକ ନିର୍ଯାତନା ଯୋଗୁଁ ଯୁକ୍ତ 2 ଛାତ୍ର ଜୀବନ ହାରିଥିବା ଅଭିଯୋଗ ହୋଇଛି ।

By

Published : Aug 28, 2019, 5:03 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସୀମା ଟପିଲେ କଲେଜ କର୍ତ୍ତୃପକ୍ଷ । କଲେଜ ବିରୋଧରେ ସ୍ବର ଉତ୍ତୋଳନ କରିବାରୁ ଛାତ୍ରକୁ ପ୍ରଥମେ ବହିଷ୍କାର କଲେ । ଯାହାର ପରିଣାମ ସ୍ବରୁପ ମାନସିକ ନିର୍ଯାତନା ଯୋଗୁଁ ଯୁକ୍ତ 2 ଛାତ୍ର ଜୀବନ ହାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ଏକ ଘରୋଇ କଲେଜରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ରୁଦ୍ଧି ନନ୍ଦନ ପ୍ରଧାନ ନାମକ ଛାତ୍ରକୁ ଗତ ମାସ ୧୫ ତାରିଖରେ ବହିଷ୍କାର ପରେ ଛାତ୍ର ଜଣକ ମାନସିକ ଦୁଶ୍ଚିନ୍ତାରେ ଗତ ୧୮ ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତଦେହ ବ୍ୟବଚ୍ଛେଦ ବେଳେ ତାଙ୍କ ବାପା କୋହଭରା କଣ୍ଠରେ କହିଛନ୍ତି ଯେ, ତାଙ୍କ ପୁଅର ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷ ହିଁ ଦାୟୀ ।

ଏପରିକି ଏନେଇ ଚନ୍ଦକା ଥାନାରେ ଗତ ୨୬ ତାରିଖରେ ଏତଲା ଦେଇଥିଲେ ବି ଚନ୍ଦକା ଥାନା ପୋଲିସ ଅଭିଯୋଗ ଶୁଣୁନଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ଏନେଇ ତାଙ୍କ ବାପା କଲେଜ ଏମଡି ନିରଞ୍ଜନ ଦାସକୁ ଦାୟୀ କରିଛନ୍ତି । ସେ, କହିଛନ୍ତି ଘଟଣାର ସଠିକ ତଦନ୍ତ ହେଲେ ପୁରା ସତ ସାମ୍ନାକୁ ଆସିବ ଏବଂ ଦୋଷୀକୁ ଦଣ୍ଡ ମିଳିଲେ ତାଙ୍କ ପୁଅକୁ ନ୍ୟାୟ ମିଳିବ ।

ତେବେ ରିଦ୍ଧି ନନ୍ଦନ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ବିଜ୍ଞାନ ଛାତ୍ର ଥିଲେ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରିମୁଣ୍ଡା ଗୋଡିଝରରେ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details