ଓଡିଶା

odisha

ETV Bharat / city

ମାଓ ସମୀକ୍ଷା ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମାଲକାନଗିରି ଓ ନବରଙ୍ଗପୁର

ମାଓ ସମୀକ୍ଷା ବୈଠକରେ ନବୀନ ଓଡିଶା ପକ୍ଷରୁ ଦାବି ରଖିଛନ୍ତି । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳସେବା, ମାଓ ପ୍ରଭାବିତ ଜିଲ୍ଲାକୁ ବ୍ୟାଙ୍କିଂ ସେବା ଓ ଟେଲିକମ ସେବା ଯୋଗାଇବା ଉପରେ ରାଜ୍ୟ ଦାବି କରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Aug 27, 2019, 7:45 PM IST

ଭୁବନେଶ୍ବର: ମାଓ ମୁକାବିଲା ରଣନୀତି ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଭିତ୍ତିଭୂମିର ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଟେଲିଫୋନ୍ ଓ ବ୍ୟାଙ୍କିଂ ସେବା ସହିତ ରେଳ ଯୋଗାଯୋଗ କରିବାକୁ ସେ ଦାବି ଉଠାଇଛନ୍ତି । ତେବେ ଦିଲ୍ଲୀରୁ ଫେରି ନିଜ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭିିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ମାଓ ସମୀକ୍ଷା ବୈଠକରେ ନବୀନ ଓଡିଶା ପକ୍ଷରୁ ଦାବି ରଖିଛନ୍ତି । ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳସେବା, ମାଓ ପ୍ରଭାବିତ ଜିଲ୍ଲାକୁ ବ୍ୟାଙ୍କିଂ ସେବା ଓ ଟେଲିକମ ସେବା ଯୋଗାଇବା ଉପରେ ରାଜ୍ୟ ଦାବି କରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ଅନୁସାରେ ଗତକାଲି (ସୋମବାର) ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଠାରେ ମାଓ ମୁକାବିଲା ବୈଠକ ବସିଥିଲା । ଏହି ସମୀକ୍ଷା ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ
ମୁଖ୍ୟ ଶାସନ ସଚିବ ଓ ଡିଜିପି ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details