ETV Bharat Odisha

ଓଡିଶା

odisha

ETV Bharat / city

ନୂଆଦିଲ୍ଲୀରେ ନବୀନଙ୍କ ନିଆରା ଫ୍ୟାନ: ଗୋଲାପ ଦେବାକୁ ପ୍ରତୀକ୍ଷା - Naveen

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଆରା ପ୍ରଶଂସକ ଖଗେଶ୍ବର ଦେହୁରୀଙ୍କୁ ନୂଆଦିଲ୍ଲୀରେ ଦେଖିବାକୁ ମିଳିଛି । ନବୀନଙ୍କୁ ଗୋଲାପ ଦେବା ପାଇଁ ଓଡିଶାରୁ ଯାଇ ପହଞ୍ଚିଛନ୍ତି ନୂଆଦିଲ୍ଲୀରେ । ନୂଆଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ବାସଭବନ ସାମ୍ନାରେ ଅପେକ୍ଷାରତ ଏହି ପ୍ରଶଂସକଙ୍କୁ ଭେଟିଥିଲେ ଇଟିଭି ଭାରତ ଦିଲ୍ଲୀ ସମ୍ବାଦଦାତା ।

ଡିଜାଇନ ଫଟୋ
author img

By

Published : Jun 11, 2019, 8:42 PM IST

ଭୁବନେଶ୍ବର: ମେରା ଦିଲ୍‌ ମେ ନବୀନ, ମେରା ବ୍ଲଡ୍‌ ମେ ଭି ନବୀନ । ମାଇଁ ଗଡ, ମାଇଁ ଲର୍ଡ ନବୀନ; ଏମିତି କିଛି ଶୁଣିବାକୁ ମିଳିଛି ନୂଆଦିଲ୍ଲୀରେ । ଏକଥା ସେ ଆଉ କେହି ନୁହିଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଆରା ପ୍ରଶଂସକ ଖଗେଶ୍ବର ଦେହୁରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ନବୀନଙ୍କୁ ଗୋଲାପ ଦେବା ପାଇଁ ଓଡିଶାରୁ ଯାଇ ପହଞ୍ଚିଛନ୍ତି ନୂଆଦିଲ୍ଲୀରେ ।

ଭିଡିଓ ସୋଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କ ବାସଭବନ ସାମ୍ନାରେ ଅପେକ୍ଷାରତ ଏହି ପାଗଳ ପ୍ରଶଂସକଙ୍କୁ ଭେଟିଥିଲେ ଇଟିଭି ଭାରତ ଦିଲ୍ଲୀ ସମ୍ବାଦଦାତା । ଆଉ ନବୀନଙ୍କୁ ପ୍ରତି ଅହେତୁକ ଭଲ ପାଇବାର ଭିନ୍ନ ଏକ ଉଦ୍ଦେଶ୍ୟ ବଖାଣିଛନ୍ତି ଖଗେଶ୍ବର ।

ପୂର୍ବଭଳି ଖଗେଶ୍ବରଙ୍କ ବେଶଭୂଷା ଥିଲା ବିଜେଡିମୟ । ହାତରେ ଧରିଥିଲେ ବିଜେଡିର ପତାକା । ଆଉ ଦେହରେ ଥିଲା ବିଜେଡି ପତାକାର ପୋଷାକ । ଦେହ ଓ ମୁଣ୍ଡର ସବୁ ଆଡେ ଲେଖା ଥିଲା ନବୀନ ଓ ଶଙ୍ଖ ଚିହ୍ନ । ପ୍ରତି ନିଶ୍ବାସରେ ନବୀନ ଓ ରକ୍ତରେ ନବୀନ ଦୌଡୁଥିବା କହିଛନ୍ତି ଖଗେଶ୍ବର । ଏହାର କାରଣର ଉତ୍ତରରେ ସେ ନବୀନଙ୍କ ମାତୃ ଗର୍ଭରୁ ଶ୍ମଶାନ ଯାଏଁ ଜନକଲ୍ୟାଣ ଯୋଜନା, ଗରିବ, ନିଷ୍ପେସିତଙ୍କୁ ସାହାର ହେଉଛନ୍ତି ନବୀନ ପଟ୍ଟନାୟକ । ଖାସ୍‌ ସେଥିପାଇଁ ସେ ଈଶ୍ବର ବୋଲି କହିଛନ୍ତି ଖଗେଶ୍ବର । ଏହାସହ ଜୀବନ ଥିଲା ଯାଏଁ ନବୀନଙ୍କ ଫ୍ୟାନ ହୋଇ ରହିବା ପାଇଁ କ୍ୟାମେରା ସାମ୍ନାରେ କହିଛନ୍ତି । ସର୍ବଦା ନିଜ ନବୀନଙ୍କ ମଙ୍ଗଳକାମନା ସହ ଦୀର୍ଘାୟୁ ପାଇଁ ମନ୍ଦିରରେ ଦୀପ ଜାଳି ପ୍ରାର୍ଥନା କରୁଥିବା କହିଛନ୍ତି ଖଗେଶ୍ବର ।

ଘଣ୍ଟା ପରେ ଘଣ୍ଟା ନବୀନଙ୍କ ବାସଭବନ ଆଗରେ ନବୀନଙ୍କୁ ସାକ୍ଷତା କରିବା ପାଇଁ ଅପେକ୍ଷା କରିଛନ୍ତି । ମାତ୍ର ମନରେ ଟିକେ ହେଲେ ହତାଶ ଓ ଦୁଃଖ ଦେଖିବାକୁ ମିଳିନାହିଁ ଖଗେଶ୍ବରଙ୍କ ମନରେ । ଆଉ ଶେଷରେ କହିଛନ୍ତି ଭଲ ପାଇବାରେ ଅପେକ୍ଷା ଯେତେ ଅଧିକ ଅଧିକ ହୁଏ, ଭଲପାଇବାର ମାତ୍ର ସେତେ ଅଧିକ ବଢେ ।

ଏଠାରେ ସୂଚନା ଯୋଗ୍ୟ ଯେ ଦିନିକିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାଳରେ ଅନେକ ଗୁରୁତ୍ବପୂର୍ଣ୍ଣ କାଯ୍ୟ ରହିଛି । ନବୀନ ରାଷ୍ଟ୍ରପତିଙ୍କୁ ଭେଟିବା ସହ ୧୧ ତାରିଖ (ମଙ୍ଗଳବାର )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ।

For All Latest Updates

ABOUT THE AUTHOR

...view details