ଭୁବନେଶ୍ବର: ଚଳିତ ନିର୍ବାଚନରେ ଭୋଟ ଦେବେ ଅଧିକାଂଶ ନୂଆ ଭୋଟର । ଆଉ ଭୋଟର ତାଲିକାରେ ଅଧିକାଂଶ ହେଉଛନ୍ତି ଯୁବପିଢି । ନୂତନ ଭୋଟର ମାନେ କିଭଳି ନିଜ ପ୍ରାର୍ଥୀ ଚୟନ କରିବେ ତାହା ଜାଣିବାକୁ ଇଟିଭି ଭାରତ ଟିମ ପହଞ୍ଚିଥିଲା ସିଇଟି ଓ ବିଜେବି କଲେଜ କ୍ୟାମ୍ପସରେ । ଜାଣନ୍ତୁ ନିର୍ବାଚନରେ କେମିତି ପ୍ରାର୍ଥୀ ଚାହୁଁଛନ୍ତି ଛାତ୍ରଛାତ୍ରୀ । ନିଜ ପ୍ରତିକ୍ରିୟାରେ ପ୍ରତିନ୍ଦ୍ବନ୍ଦୀଙ୍କୁ ନେଇ କଣ ପ୍ରତିକ୍ରିୟା ଦେଇଥିଲେ ।
ନୂଆ ଭୋଟର ତାଲିକାରେ କଲେଜ ପିଲା, ଜାଣନ୍ତୁ ଛାତ୍ରଛାତ୍ରୀଙ୍କ ମୁହଁରୁ ମତାମତ - vote
ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ନେଇ ଯୁବପିଢ଼ିଙ୍କ ମନରେ ରହିଛି ଅନେକ ଆଶା ଓ ବିଶ୍ବାସ । ତେବେ ନୂଆ କରି ଭୋଟ ଦେଉଥିବା ଛାତ୍ରଛାତ୍ରୀଙ୍କ ମତାମତ ନେବାକୁ ଇଟିଭି ଭାରତ ଟିମ ପହଞ୍ଚିଥିଲା ସିଇଟି ଓ ବିଜେବି କଲେଜ କ୍ୟାମ୍ପସରେ । ଜାଣନ୍ତୁ କେମିତି ପ୍ରାର୍ଥୀ ଚାହୁଁଛନ୍ତି ଛାତ୍ରଛାତ୍ରୀ ।
ଚଳିତ ବର୍ଷ ନିର୍ବାଚନରେ ଏହି ଦୁଇଟି କଲେଜର ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଛନ୍ତି । ଏଥିପାଇଁ ଛାତ୍ରଛାତ୍ରୀ ପ୍ରଥମେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ରହିଛି ବୋଲି ଅନେକ ନିଜର ମତାମତ ଦେଇଛନ୍ତି । ଏହା ଛଡା ବିଭିନ୍ନ ଦଳର ନେତା ମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଭୋଟରଙ୍କୁ ଆକୃଷ୍ଟ କରିଥାନ୍ତି । ଲୋକଙ୍କୁ ଟଙ୍କାର ଲୋଭ, ମଦ ମାଂସ ଦେଇ ଭୋଟ ହାତେଇବା ପାଇଁ ଲାଗିପଡନ୍ତି ନେତା । ଫଳରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାରେ ଦେଶ ବିଫଳ ହୋଇଥାଏ । ଏ ସମ୍ପର୍କରେ ଛାତ୍ର ସୌରଭ ରଥ, ରାଜବଂଶୀ ପାଣିଗ୍ରାହୀ ଓ ଛାତ୍ରୀ ଐଶ୍ବର୍ଯ୍ୟା ପ୍ରଧାନ ନିଜ ମତ ରଖିଛନ୍ତି ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ