ଓଡିଶା

odisha

ETV Bharat / city

ଇଣ୍ଡିଗୋରେ ଅଘଟଣ, ଭୁବନେଶ୍ବରରେ ଏମରଜେନ୍ସି ଲ୍ୟାଣ୍ଡିଂ ପରେ ଯାତ୍ରୀ ମୃତ

6ଇ 6014 ବିମାନ ଯୋଗେ କୋଲକତାରୁ ଚେନ୍ନାଇ ଯାତ୍ରା କରୁଥିବା ବେଳେ ଅଘଟଣ । ଜଣେ ଯାତ୍ରୀଙ୍କୁ ନିଶ୍ବାସ ନେବା ପାଇଁ ଅସୁବିଧା ହେବାରୁ ଭୁବନେଶ୍ବର ବିମାନ ବନ୍ଦରରେ ହେଲା ଏମରଜେନସି ଲ୍ୟାଣ୍ଡି । କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ବାଟରେ ଘଟିଲା ମୃତ୍ୟୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିମାନରେ ନେଇ ପାରିଲେନି ନିଶ୍ବାସ, ଯାତ୍ରୀ ମୃତ
ବିମାନରେ ନେଇ ପାରିଲେନି ନିଶ୍ବାସ, ଯାତ୍ରୀ ମୃତ

By

Published : Feb 23, 2020, 5:44 PM IST

ଭୁବନେଶ୍ବର: ବିମାନରେ ନେଇପାରିଲେନି ନିଶ୍ବାସ ପ୍ରଶ୍ବାସ । ଭୁବନେଶ୍ବରରେ ହେଲା ଜରୁରୀକାଳୀନ ଅବତରଣ । ତଥାପି ବଞ୍ଚିପାରିଲେନି ଯାତ୍ରୀ । ସୂଚନା ଅନୁସାରେ କୋଲକତାରୁ ଚେନ୍ନାଇ ଉଡାଣ ଭରିଥିବା ବିମାନରେ ଜଣେ ଯାତ୍ରୀ ଫୁସଫୁସ ଜନିତ ସମସ୍ୟା ଅନୁଭବ କରି ହଠାତ ନିଶ୍ବାସ ନେଇ ପାରିଲେ ନାହିଁ ।

ଯାତ୍ରା ସମୟରେ ଏପରି ସମସ୍ୟା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ଦିନ ୧୧ଟା ୧୭ ମିନିଟରେ ବିମାନଟି ଜରୁରୀ କାଳୀନ ଅବତରଣ କରିଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା । ଯାତ୍ରୀ ଜଣକ ହେଉଛନ୍ତି ଏମଡି ଆମଜାଦ ଅଲି । ସେ 6ଇ 6014 ବିମାନ ଯୋଗେ କୋଲକତାରୁ ଚେନ୍ନାଇ ଯାତ୍ରା କରୁଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details