ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ ଗର୍ଭବତୀଙ୍କ ପାଇଁ ବୁଲିବ କୋଭିଡ ଟେଷ୍ଟିଂ ଭ୍ୟାନ - ଭୁବନେଶ୍ବର କୋଭିଡ ଖବର

ଏଣିକି ସ୍ମାର୍ଟସିଟିରେ ଗର୍ଭବତୀଙ୍କ ପାଇଁ ବୁଲିବ କୋଭିଡ ଟେଷ୍ଟିଂ ଭ୍ୟାନ । ବରିଷ୍ଠ ନାଗରିକଙ୍କ ପରେ ଏବେ ଗର୍ଭବତୀଙ୍କ କୋଭିଡ ଟେଷ୍ଟିଂ ସହଜ କରିବାକୁ ପଦକ୍ଷେପ ନେଉଛି ବିଏମସି । ଅଧିକ ପଢ଼ନ୍ତୁ...

ସ୍ମାର୍ଟସିଟିରେ ଗର୍ଭବତୀଙ୍କ ପାଇଁ ବୁଲିବ କୋଭିଡ ଟେଷ୍ଟିଂ ଭ୍ୟାନ
ସ୍ମାର୍ଟସିଟିରେ ଗର୍ଭବତୀଙ୍କ ପାଇଁ ବୁଲିବ କୋଭିଡ ଟେଷ୍ଟିଂ ଭ୍ୟାନ

By

Published : May 18, 2021, 8:37 PM IST

ଭୁବନେଶ୍ବର: ଏଣିକି ସ୍ମାର୍ଟସିଟିରେ ଗର୍ଭବତୀଙ୍କ ପାଇଁ ବୁଲିବ କୋଭିଡ ଟେଷ୍ଟିଂ ଭ୍ୟାନ। ବରିଷ୍ଠ ନାଗରିକଙ୍କ ପରେ ଏବେ ଗର୍ଭବତୀଙ୍କ କୋଭିଡ ଟେଷ୍ଟିଂ ସହଜ କରିବାକୁ ପଦକ୍ଷେପ ନେଉଛି ବିଏମସି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ଗର୍ଭବତୀଙ୍କ କୋଭିଡ ଟେଷ୍ଟିଂ ପାଇଁ ଘରକୁ ଘର ଯିବେ ବିଏମସି ଟେଷ୍ଟିଂ ଟିମ।

ସ୍ମାର୍ଟସିଟିରେ ଗର୍ଭବତୀଙ୍କ ପାଇଁ ବୁଲିବ କୋଭିଡ ଟେଷ୍ଟିଂ ଭ୍ୟାନ

କୋଭିଡ ନମୁନା ସଂଗ୍ରହ କରିବ ଏହି ଭ୍ୟାନ। କୋଭିଡ ଟେଷ୍ଟ ପାଇଁ ଭୁବନେଶ୍ବରରେ ଗର୍ଭବତୀ ୧୯୨୯ ନମ୍ବରରେ ଫୋନ କରିବେ । ସକାଳ 8ଟାରୁ ୧୧ଟା ମଧ୍ୟରେ ଏହି କଲ କରିବେ ଗର୍ଭବତୀ । 1929କୁ କଲ କରି ବୁକ କରିବାର ପରଦିନ କୋଭିଡ ଟେଷ୍ଟିଂ ଭ୍ୟାନ ଗର୍ଭବତୀଙ୍କ ନମୁନା ସଂଗ୍ରହ ପାଇଁ ପହଞ୍ଚିବ । ଏହାକୁ ନେଇ ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଟେଷ୍ଟିଂ ଭ୍ୟାନରେ ଦୈନିକ ୩୦୦ ଟେଷ୍ଟ କରାଯିବ। ବର୍ତ୍ତମାନ ରାଜଧାନୀରେ ପ୍ରାୟ ୨୮ ଟି ଟେଷ୍ଟିଂ ସେଣ୍ଟରରେ କୋଭିଡ ଟେଷ୍ଟ କରାଯାଉଛି । ସମସ୍ତ ୨୮ ଟି କେନ୍ଦ୍ରରେ ଟୀକାକରଣ ଜାରି ରହିଛି । ଟୀକାକରଣ କେନ୍ଦ୍ରରେ ମାତ୍ରାଧିକ ଗହଳି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ଗର୍ଭବତୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଏମସି ପକ୍ଷରୁ ଏଭଳି ବ୍ୟବସ୍ଥା ହାତକୁ ନିଆଯାଇଛି।

ଭୁବନେଶ୍ବର ସଞ୍ଜୀବ କୁମାର ରାଏ, ଇଟିଭି ଭାରତ

ABOUT THE AUTHOR

...view details