ଓଡିଶା

odisha

ETV Bharat / city

ଲୁଟ ପାଇଁ ଫେସବୁକର ଫେକ ଆକାଉଣ୍ଟର ସାହାରା, ଚେହେରା ଆଳରେ ମୋହରା ବନାଉଥିଲା ଲେଡି ଲୁଟେରା - ଲେଡି ଲୁଟେରା ଗିରଫ

ଫେସବୁକର ଫେକ ଆକାଉଣ୍ଟର ଯୁବକଙ୍କ ପକେଟ ଖାଲି କରୁଥିଲା ଲେଡି ଲୁଟେରା । ଚେହେରା ଆଳରେ ମୋହରା ବନାଉଥିଲା । ଅଧିକ ପଢନ୍ତୁ...

ଲୁଟ ପାଇଁ ଫେସବୁକର ଫେକ ଆକାଉଣ୍ଟର ସାହାରା, ଚେହେରା ଆଳରେ ମୋହରା ବନାଉଥିଲା ଲେଡି ଲୁଟେରା
ଲୁଟ ପାଇଁ ଫେସବୁକର ଫେକ ଆକାଉଣ୍ଟର ସାହାରା, ଚେହେରା ଆଳରେ ମୋହରା ବନାଉଥିଲା ଲେଡି ଲୁଟେରା

By

Published : Sep 11, 2021, 1:35 PM IST

Updated : Sep 11, 2021, 2:31 PM IST

ଭୁବନେଶ୍ବର : ଅପନା ସପନା ମନି ମନି। ମନି ପାଇଁ ଟାର୍ଗେଟରେ ଥିଲେ ଧନୀ । ମୋବାଇଲର ବିଶେଷ ଜ୍ଞାନ ନଥିବା ଲେଡି ଅନଲାଇନରେ କରୁଥିଲେ ଆକାଉଣ୍ଟ ଖାଲି। ଏମିତି ଏକ ଲେଡି ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ। ଅଭିଯୁକ୍ତର ନାଁ ପ୍ରିୟଦର୍ଶିନୀ ପରିଡା । ଘର ଖୋର୍ଦ୍ଧା ଜିଲ୍ଲା ବାଣପୁରର ନାଚୁଣୀ । ଯେକି ଅନଲାଇନରେ ଖେଳାଇ ଥିଲା ସନସନି। ସୁନ୍ଦରୀ ତରୁଣୀଙ୍କ ଫଟୋ ଜରିଆରେ ଖୋଲୁଥିଲା ଫେସବୁକରେ ଫେକ ଆଇଡି। ଆଉ ଧନି ଲୋକ ଦେଖି ପଠାଉଥିଲା ଫ୍ରେଣ୍ଡ ରିକ୍ଵେଷ୍ଟ।

ଲୁଟ ପାଇଁ ଫେସବୁକର ଫେକ ଆକାଉଣ୍ଟର ସାହାରା, ଚେହେରା ଆଳରେ ମୋହରା ବନାଉଥିଲା ଲେଡି ଲୁଟେରା

କେତେବେଳେ ନିଜକୁ ଡକ୍ଟର ତ କେତେବେଳେ ଫ୍ୟାଶନ ଡିଜାଇନର। ଆଉ କେତେବେଳେ ଫିଜିକ୍ସ ଲେକ୍ଚର ଓ ଆଇଟି କମ୍ପାନିର ସଫ୍ଟଓ୍ବେର ଡେଭଲପର ଷ୍ଟାଟସ ଦେଇ ଅନଲାଇନରେ ଫେସବୁକ ଜରିଆରେ ତିଆରି କରୁଥିଲା ଅନେକ ଯୁବକଙ୍କ ସହ ସମ୍ପର୍କର ଭାବ। ପ୍ରତିଦିନ ବିଭିନ୍ନ ସ୍ଥାନର ଫଟୋ ପୋଷ୍ଟ କରି ଫେସବୁକରେ ଯୁବପିଢିଙ୍କ ମଧ୍ୟରେ ବଢାଉଥିଲା ସମ୍ପର୍କ । ସେହି ଫେକ ଆଇଡିରେ ବିଭିନ୍ନ ଫଟୋ ପୋଷ୍ଟ ପରେ ଯୁବକମାନଙ୍କର ବଢୁଥିଲା ଚାଟିଂ ପ୍ରତି ଆଗ୍ରହ । ଆଉ ଚାଟିଂରେ ନିବିଡତା ପରେ କେତେବେଳେ ବାଟରେ ପର୍ସ ହଜିଗଲା ତ କେତେବେଳେ ଚୋରି ହୋଇଗଲା। ଆଉ କେତେବେଳେ ମେଡିକାଲରେ ମାମା କୋଭିଡରେ ଅଛନ୍ତି କହି ଫେସବୁକରେ ଥିବା ବନ୍ଧୁଙ୍କ ଅସୁବିଧାର ସମସ୍ୟା କହି ଲୁଟୁଥିଲା ଟଙ୍କା ।

ଆଉ ଟଙ୍କା ନେବା ପରେ ଆଇଡି ବ୍ଲକ କରି ଆଉ କିଛି ଯୁବପିଢିଙ୍କୁ ନୁଆ ଆଇଡିରେ ବନାଉଥିଲା ମୋହରା। ଏହିପରି ଢଙ୍ଗରେ ଆଇଆରସି ଭିଲେଜ ଅଞ୍ଚଳର ଜଣେ ଯୁବକ ଶକ୍ତି ସୌରଭ ମହାପାତ୍ରଙ୍କ ସହ ନିଜକୁ ଡାକ୍ତର ପରିଚୟ ଦେଇ ବିବାହ ପର୍ଯ୍ୟନ୍ତ କଥା ଦେଇ ଶେଷରେ ୬ଲକ୍ଷର ଟଙ୍କାର ଚୁନା ଲଗାଇ ଥିଲା । ଆଉ ଧରାଛୁଆଁ ଦେଉନଥିବା ବେଳେ ସହିଦନଗର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ମହିଳାକୁ ଗିରଫ କରିଛି ପୋଲିସ । ତାଙ୍କ ଠାରୁ ନଗଦ 1 ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି । ଏହାସହ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 11, 2021, 2:31 PM IST

ABOUT THE AUTHOR

...view details