ଭୁବନେଶ୍ବର :ନୀରିହ ପିଲାଙ୍କୁ ନିତିଦିନ ଠକେଇ। ନକଲି ବିଜ୍ଞାପନ ଦେଇ ଠକାମି ଜାଲ ବିଛାଉଥିଲା । ଏଟିପିଏଲ ନାଁରେ ଅଫିସ ଖୋଲି ବେକାର ଯୁବକଯୁବତୀଙ୍କୁ ଶିକାର କରୁଥିଲା । ଓଡିଶାରେ ବିଭିନ୍ନ ଜିଲ୍ଲାରେ ବେକାରୀ ଯୁବକଯୁବତୀଙ୍କୁ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଥିଲା। ରାସନ କାର୍ଡ, ଟାଓ୍ବାର ବସେଇବା, ଆବାସ ଯୋଜନା ସର୍ଭେ, ସାନିଟେସନ, ଗାଁ ଗାଁ ସର୍ଭେ କରିବା ପାଇଁ ସର୍ଭେୟର ଓ ସୁପରଭାଇଜର କରି ଦେବ କହି ଠକାମିର ଜାଲ ବିଛାଇ ଆଉ ଧରାଛୁଆଁ ଦେଉନଥିଲା।
ଭୁବନେଶ୍ୱରରେ ଠକ ରାଜ୍ୟସାରା ଠକେଇ, ଚାକିରି ଦେବା ନାଁରେ ପ୍ରସ୍ତୁତ ହେଉଥିଲା ବ୍ଲୁପ୍ରିଣ୍ଟ - ଠକ ଗିରଫ
ନକଲି ବିଜ୍ଞାପନ ଦେଇ ବେକାର ଯୁବକ ଯୁବତୀଙ୍କୁ ଠକେଇ । ଏହି ମାମଲାରେ ଏଟିପିଏଲର ସିଇଓ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ...
ଭଦ୍ରକ ଜିଲ୍ଲାର ୪ ଜଣ ଯୁବକ ବିରଞ୍ଚିଙ୍କୁ ଜଣେ କର୍ମଚାରୀଙ୍କ ମାଧ୍ୟମରେ ୮ ଲକ୍ଷ ଟଙ୍କା ଦେଇଥିଲେ । କିଛି ଦିନ ପରେ ଟଙ୍କା କି ଚାକିରୀ ନ ମିଳିବାରୁ ବିରଞ୍ଚିଙ୍କୁ ଅପହରଣ କରିଥିଲେ। ପରେ ଆରମ୍ଭ ହୋଇଥିଲା ଛାନଭିନ । ସେଇ ଅପହରଣ ମାମଲାରୁ ପୋଲିସ ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲା। ଏଟିପିଏଲର ସିଇଓ ବିରଞ୍ଚି ନାରାୟଣ ଆଚାର୍ଯ୍ୟକୁ ଭରତପୁର ଥାନା ପୋଲିସ ଗିରଫ କରିଥିଲା । ବିରଞ୍ଚିଙ୍କ ନାଁରେ ଠକେଇ ସଂଖ୍ୟା ବଢିବା ନେଇ ପୋଲିସ ଆଶଙ୍କା କରିଛି । ବିରଞ୍ଚିଙ୍କ ଆକାଉଣ୍ଟକୁ ପୋଲିସ ଯାଞ୍ଚ ମଧ୍ୟ କରୁଛି । ଏନେଇ ବ୍ୟାଙ୍କକୁ ଡିଟେଲ୍ସ ମାଗିଛି ପୋଲିସ । ଠକେଇ ଶିକାର ହୋଇଥିଲେ ଭରତପୁର ଥାନାରେ ଅଭିଯୋଗ କରିବାକୁ ଡିସିପି ନିବେଦନ ମଧ୍ଯ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ