ଓଡିଶା

odisha

By

Published : Apr 6, 2022, 6:55 AM IST

ETV Bharat / city

କାଉନସିଲରଙ୍କୁ ମିଥ୍ୟା ମାମଲାରେ ଫସାଉଛି ପୋଲିସ, ଅଭିଯୋଗ ଆଣିଲା ବିଜେପି

ମଙ୍ଗଳବାର ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ 2 ନମ୍ବର ୱାର୍ଡର କାଉନ୍‌ସିଲର ଝିଲ୍ଲୀ ପ୍ରଧାନଙ୍କୁ ତାଙ୍କ ଘର ସମ୍ମୁଖରେ ପୋଲିସ ଧମକ ଦେଉଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

କାଉନସିଲରଙ୍କୁ ମିଥ୍ୟା ମାମଲାରେ ଫସାଉଛି ପୋଲିସ, ଅଭିଯୋଗ କଲା ବିଜେପି
କାଉନସିଲରଙ୍କୁ ମିଥ୍ୟା ମାମଲାରେ ଫସାଉଛି ପୋଲିସ, ଅଭିଯୋଗ କଲା ବିଜେପି

ଭୁବନେଶ୍ବର:ମଙ୍ଗଳବାର ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ 2 ନମ୍ବର ୱାର୍ଡର କାଉନ୍‌ସିଲର ଝିଲ୍ଲୀ ପ୍ରଧାନଙ୍କୁ ତାଙ୍କ ଘର ସମ୍ମୁଖରେ ପୋଲିସ ଧମକ ଦେଉଥିବା ଅଭିଯୋଗ କରିଛି ବିଜେପି । ଜଣେ ହଳଦିଆ ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତି ବା କୋଦଳା ଥାନାର ରାଇଟର ରେଡି ବାବୁ ଝିଲ୍ଲୀଙ୍କ ଘରକୁ ଆସି ନିଜ ପକେଟରେ ଥିବା ଜିନିଷକୁ ନେଇ ଘରେ ରଖିଥିବା ସିସିଟିଭିରେ କଏଦ ହୋଇଛି ।

କାଉନସିଲରଙ୍କୁ ମିଥ୍ୟା ମାମଲାରେ ଫସାଉଛି ପୋଲିସ, ଅଭିଯୋଗ କଲା ବିଜେପି

ଏହାପରେ ସେ ଝିଲ୍ଲୀଙ୍କ ଶ୍ବଶୁରଙ୍କୁ ପଚରାଉଚରା କରିବା ପାଇଁ ଡାକି ନେଇଛନ୍ତି । ଝିଲ୍ଲୀଙ୍କ ଶ୍ବଶୁର ଘରେ ମାଉଜର ରଖିଥିବା ନେଇ ପୋଲିସ ମିଥ୍ୟା ଅଭିଯୋଗ କରିଛି । ଶାସକ ଦଳ ଜନମତକୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛି ବିଜେପି । ସରକାରୀ କଳ, ବଳ, ସାମ୍ବିଧାନିକ ଅନୁଷ୍ଠାନକୁ ବ୍ୟବହାର କରି ଜନମତକୁ ବଦଳାଉ ଅଭିଯୋଗ କରିଛି ବିଜେପି । ଏ ସଂକ୍ରାନ୍ତରେ CCTV ଫୁଟେଜ ସହିତ ଭିଡିଓ କ୍ଲିପ ନିର୍ବାଚନ କମିଶନଙ୍କୁ ଦେଇଛି ବିଜେପି ପ୍ରତିନିଧି ଦଳ । ସେପଟେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ନିର୍ବାଚନ କମିଶନର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details