ଭୁବନେଶ୍ବର: ବିଶ୍ବବ୍ୟାପୀ କୋରୋନା କହର ଜାରି ରହିଥିବା ବେଳେ ଅନେକ କୋରୋନା ଯୋଦ୍ଧା ଏହି ଭୂତାଣୁର ଶିକାର ହେଉଛନ୍ତି । ତଥାପି ନିଜ କର୍ତ୍ତବ୍ୟପ୍ରତି ଗୁରୁତ୍ବ ଦେଇ ନିଷ୍ଠାପର ସହିତ ଜନକଲ୍ୟାଣ ପାଇଁ ସର୍ବଦା ଆଗେଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ପୋଲିସର 95 କର୍ମଚାରୀ କୋରୋନାରୁ ସୁସ୍ଥ ହେବା ପରେ ଆଗଧାଡିର ଯୋଦ୍ଧା ଭାବେ ପୁଣି ଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ଦିନରାତି ଅହରହ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଏହି ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିଲେ । ହେଲେ ନିଜ କର୍ତ୍ତବ୍ୟ ଓ କାର୍ଯ୍ୟ ପ୍ରତି ନିଷ୍ଠାପରତା ଯୋଗୁଁ କୋରୋନାକୁ ହରାଇ ଅନ୍ୟମାନଙ୍କୁ ମଧ୍ୟ ଏହି ଭୂତାଣରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପୁନଶ୍ଚ କାର୍ଯ୍ୟରେ ଯୋଗ ଦେଇଛନ୍ତି । ନିଜ କର୍ତ୍ତବ୍ୟପ୍ରତି କୋରୋନା ଯୋଦ୍ଧା ପୋଲିସ କର୍ମଚାରୀଙ୍କ ଏଭଳି ନିଷ୍ଠାପରତା ପ୍ରଶଂସାଯୋଗ୍ୟ ।
ଅପରପକ୍ଷେ ଏହି 95 ପୋଲିସ କର୍ମଚାରୀ ତଥା କୋରୋନା ଯୋଦ୍ଧାଙ୍କ ଜନସେବା ପ୍ରତି ସେମାନଙ୍କର ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତାକୁ ସମ୍ମାନକୁ ଦେଇଛନ୍ତି ଡିଜିପି । ଏଥିସହ ବାସ୍ତବିକ୍ ଜୀବନର ଏଭଳି ଯୋଦ୍ଧା ଓ ନାୟକଙ୍କୁ ସ୍ବତନ୍ତ୍ର ପ୍ରଶଂସା ପତ୍ର ପ୍ରଦାନ କରାଯିବ ।
କାର୍ଯ୍ୟରେ ଯୋଗ ଦେଲେ 95 ପୋଲିସ କର୍ମଚାରୀ, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା ସେପଟେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାପରତା ଦେଖାଇଥିବା ଏହି କୋରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟରେ ଉଲ୍ଲେଖ କରି କହିଛନ୍ତି ଯେ, ସାରା ବିଶ୍ବ ଲଢୁଥିବା ଏକ ଅଦୃଶ୍ୟ ଶତ୍ରୁ ବିରୁଦ୍ଧ ଏହି ଲଢେଇ ସମୟରେ ପୋଲିସ କର୍ମଚାରୀଙ୍କ ଉତ୍ସର୍ଗୀକୃତ ତଥା ବଳିଦାନ ପାଇଁ ଓଡ଼ିଶା ଏହି ଯୋଦ୍ଧାଙ୍କ ନିକଟରେ କୃତଜ୍ଞ ରହିବ ।
କାର୍ଯ୍ୟରେ ଯୋଗ ଦେଲେ 95 ପୋଲିସ କର୍ମଚାରୀ, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ