ଓଡିଶା

odisha

ETV Bharat / city

କୋଭିଡ ଆକ୍ରାନ୍ତଙ୍କ ପାଇଁ ରାଜ୍ୟରେ ରହିଛି 9 ହଜାର ବେଡ଼ - corona news

ରାଜ୍ୟର କୋଭିଡ ରୋଗୀଙ୍କ ପାଇଁ 9 ହଜାର ବେଡ଼ ରହିଛି। ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ଯଥେଷ୍ଟ ପରିମାଣରେ ବେଡ଼ ରହିଛି। ବେଡ଼ ସଂଖ୍ୟାର 17.50 ପ୍ରତିଶତ ରୋଗୀ ଅଛନ୍ତି। ଅଧିକ ପଢନ୍ତୁ...

କୋଭିଡ ଆକ୍ରାନ୍ତଙ୍କ ପାଇଁ ରାଜ୍ୟରେ ରହିଛି 9 ହଜାର ବେଡ଼
କୋଭିଡ ଆକ୍ରାନ୍ତଙ୍କ ପାଇଁ ରାଜ୍ୟରେ ରହିଛି 9 ହଜାର ବେଡ଼

By

Published : Apr 19, 2021, 12:34 PM IST

Updated : Apr 19, 2021, 1:36 PM IST

ଭୁବନେଶ୍ବର: ରାଜ୍ୟରେ ଯଥେଷ୍ଟ ପରିମାଣରେ ବେଡ଼ ରହିଛି। ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ 9 ହଜାର 8 ଟି ବେଡ଼ ରହିଥିବା ବେଳେ ସମୁଦାୟ ରୋଗୀ ଅଛନ୍ତି 1576। ବେଡ଼ ସଂଖ୍ୟାର 17.50 ପ୍ରତିଶତ ରୋଗୀ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଘରୋଇ ହସ୍ପିଟାଲ ରେ 4640ବେଡ଼ ଓ ସରକାରୀ ହସ୍ପିଟାଲ ରେ 4368 ବେଡ଼ ରହିଛି। ଘରୋଇ ହସ୍ପିଟାଲରେ 753 ଜଣ ରୋଗୀ ରହିଥିବା ବେଳେ ସରକାରୀ ହସ୍ପିଟାଲରେ 823 ଜଣ ରୋଗୀ ରହୁଛନ୍ତି।

କୋଭିଡ ଆକ୍ରାନ୍ତଙ୍କ ପାଇଁ ରାଜ୍ୟରେ ରହିଛି 9 ହଜାର ବେଡ଼

ଘରୋଇ ହସ୍ପିଟାଲରେ 1494 ଆଇସିୟୁ ରହିଥିବା ବେଳେ 320 ରୋଗୀ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ଆଇସିୟୁ 524 ରହିଥିବା ବେଳେ 104 ଜଣ ରୋଗୀ ଆଇସିୟୁରେ ରହିଛନ୍ତି। ରାଜ୍ୟରେ ସମୁଦାୟ ଆଇସିୟୁ ବେଡ଼ ସଂଖ୍ୟା 2018 ରହିଥିବା ବେଳେ ରୋଗୀ ଅଛନ୍ତି 424। ଯେତିକି ଆଇସିୟୁ ବେଡ଼ ରହିଛି ତାହାର 21.1 ପ୍ରତିଶତ ରୋଗୀ ରହିଛନ୍ତି। ଘରୋଇ ହସ୍ପିଟାଲରେ ଭେଣ୍ଟଲେଟର ରହିଛି 603 ତେବେ ସେଥିରୁ 41 ଜଣ ରୋଗୀ ଅଛନ୍ତି।

ସେହିପରି ସରକାରୀ ହସ୍ପିଟାଲରେ 179 ଭେଣ୍ଟଲେଟର ରହିଥିବା ବେଳେ 18 ଜଣ ରୋଗୀ ଅଛନ୍ତି। ରାଜ୍ୟରେ ସମୁଦାୟ ଭେଣ୍ଟିଲେଟର 782 ରହିଥିବା ବେଳେ ସେଥିରେ ରୋଗୀ ଅଛନ୍ତି 59 ଜଣ। ରାଜ୍ୟର ଭେଣ୍ଟିଲେଟର ତୁଳନାରେ ରୋଗୀଙ୍କ ସଂଖ୍ୟା ମାତ୍ର 7.54 ପ୍ରତିଶତ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 19, 2021, 1:36 PM IST

ABOUT THE AUTHOR

...view details