ଓଡିଶା

odisha

ETV Bharat / city

ବଢୁଛି ତୃତୀୟ ଲହର ଆଶଙ୍କା, ଆଉ ୧୧୯ ଶିଶୁ କୋରୋନା ପଜିଟିଭ - ଶିଶୁ କୋରୋନା ପଜିଟିଭ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୪୯ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ବଢୁଛି ତୃତୀୟ ଲହର ଆଶଙ୍କା, ଦିନକରେ ୧୧୯ ଶିଶୁ କୋରୋନା ପଜିଟିଭ
ବଢୁଛି ତୃତୀୟ ଲହର ଆଶଙ୍କା, ଦିନକରେ ୧୧୯ ଶିଶୁ କୋରୋନା ପଜିଟିଭ

By

Published : Aug 29, 2021, 9:36 AM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି ଶିଶୁ ସଂକ୍ରମଣ ଚିନ୍ତା । ଦୈନିକ ଶିଶୁ ସଂକ୍ରମିତ ୧୦୦ ପାର କରୁଥିବା ବେଳେ ଆଜି ବି ଏହି ସଂକ୍ରମଣ ୧୦୦ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୪୯ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୧୯ ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ତୃତୀୟ ଲହର ଭୟକୁ ଆହୁରି ଦ୍ବିଗୁଣିତ କରୁଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୪୯୧ଜଣ ଥିବା ବେଳେ ୩୫୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୬୧ଜଣ ଥିବାବେଳେ ଅନୁଗୋଳରୁ ୨୨, ବାଲେଶ୍ବରରୁ ୩୧, ବରଗଡ଼ରୁ ୩, ଭଦ୍ରକରୁ ୧୦, ବଲାଙ୍ଗୀରରୁ ୧, ବୌଦ୍ଧରୁ ୫, କଟକରୁ ୯୮, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୨୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୨, ଝାରସୁଗୁଡାରୁ ୧, କଳାହାଣ୍ତିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୨୭, କେନ୍ଦୁଝରରୁ ୧୬, କୋରାପୁଟରୁ ୪, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୦, ନୟାଗଡ଼ରୁ ୧୪, ନୂଆପଡାରୁ ୨, ପୁରୀ ୨୮, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୫, ସୁନ୍ଦରଗଡ଼ରୁ ୨୧୬ଏବଂ ଷ୍ଟେଟ ପୁଲ୍‌ରୁ ୭୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୬ହଜାର ୫୦୩ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟଭି ଭାରତ

ABOUT THE AUTHOR

...view details