ଓଡିଶା

odisha

ETV Bharat / city

ନାତି ପାଇଁ ନ୍ୟାୟ ମାଗୁଛି ଅଜା, ନବୀନ ନିବାସ ଆଗରେ ଖରାରେ ଭୋଗୁଛି ସଜ୍ଜା - demanding

ନାତି ପାଇଁ ନ୍ୟାୟ ମାଗୁଛନ୍ତି 80 ବର୍ଷୀୟ ବୃଦ୍ଧ। ବୋଲ ମାନୁନି ଆଖିର ଲୁହଧାର। ଏଡେ ବଡ ଟାଣ ଖରାକୁ ବୁଢା ଲୋକଟିର ଟିକିଏ ବି ନିଘା ନାହିଁ। ଆପଣ ହିଁ କୁହନ୍ତୁ 25 ବର୍ଷୀୟ ଭେଣ୍ଡା ନାତିକୁ ହରାଇ କେଉଁ ଅଜା ବା ଥୟ ଧରିବ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Mar 13, 2019, 9:39 PM IST

ଭୁବନେଶ୍ୱର: ନାତି ପାଇଁ ନ୍ୟାୟ ମାଗୁଛନ୍ତି 80 ବର୍ଷୀୟ ବୃଦ୍ଧ। ବୋଲ ମାନୁନି ଆଖିର ଲୁହଧାର। ଏଡେ ବଡ ଟାଣ ଖରାକୁ ବୁଢା ଲୋକଟିର ଟିକିଏ ବି ନିଘା ନାହିଁ। ଆପଣ ହିଁ କୁହନ୍ତୁ 25 ବର୍ଷୀୟ ଭେଣ୍ଡା ନାତିକୁ ହରାଇ କେଉଁ ଅଜା ବା ଥୟ ଧରିବ।

ଏପରି ଅବସ୍ଥା ହୋଇଛି କେନ୍ଦୁଝର ଜିଲ୍ଲା ଭୁବପୋଷି ଗାଁର ଅଜା ମଧୁସୂଦନଙ୍କର। ନାତିର ମୃତ୍ୟୁପରେ ପାଗଳ ପରି ମନେ କରୁଛନ୍ତି ସେ। ମୋ ନାତି ମରି ନାହିଁ, ତାକୁ ମାରି ଦିଆଯାଇଛି ଏମିତି ଖାଲି ବାଉଳିଚାଉଳି ହେଉଛନ୍ତି।

ଯେଉଁ ନାତି କାନ୍ଧରେ ଶ୍ମଶାନ ଯିବେ ବୋଲି ଭାବିଥିଲେ, ନିଜ ଆଖି ଆଗରେ ନାତି ଟୋକାର ଏପରି ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରିନାହାଁନ୍ତି। ଆଉ ସେଥିପାଇଁ ଜିଲ୍ଲାପାଳ,ଏସପି ଓ ଜିଲ୍ଲା ସମାଜ ମଙ୍ଗଳ ବୋର୍ଡ ନିକଟରେ ସମସ୍ତଙ୍କ ପାଖରେ ଅଭିଯୋଗ କରିଛନ୍ତି। ହେଲେ ନିରାଶ ହେବାପରେ ନ୍ୟାୟ ଆଶାରେ ଧାଇଁ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ।

ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଃଖ ଜଣାଇ ନାତି ହତ୍ୟାର ଉପଯୁକ୍ତ ତଦନ୍ତ କରାଇ ଦୋଷୀଙ୍କୁ ଦଣ୍ଡ ଦେବେ। କିନ୍ତୁ ଏଠି ବି ତାଙ୍କ ଆଶା ମଉଳିବା ପରି ଦେଖାଯାଇଛି।

ସକାଳ ଠାରୁ ପହଞ୍ଚିଥିଲେ ମଧ୍ୟ ଅପରାହ୍ନ ସୁଦ୍ଧା ନିଜର ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ସମର୍ଥ ହୋଇ ନାହାଁନ୍ତି। ତେଣୁ ନାତିକୁ ନ୍ୟାୟ ଦେବା ପାଇଁ ଅଜା ନବୀନ ନିବାସ ଦୁଆର ଆଗରେ ମାର୍ଚ୍ଚ ମାସର ବଢୁଥିବା ଖରାରେ ଏକ
ପ୍ରକାର ସଜ୍ଜା ଭୋଗୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ମଧୁସୂଦନଙ୍କ 25 ବର୍ଷର ଭେଣ୍ଡିଆ ନାତି ପୂର୍ଣ୍ଣଚନ୍ଦ୍ର କାମ କରିବାକୁ ବେଙ୍ଗାଲୁରୁ ଯାଇଥିଲେ। ସେଠାରୁ କାମ ସାରିବା ପରେ ଘରକୁ ଫେରିବେ ବୋଲି କହିଥିଲେ। କିନ୍ତୁ ସେ ସେଠାରେ ଜୀବନ୍ତ ଶରୀରରେ ନ ଫେରି ମୃତ ଅବସ୍ଥାରେ ଘରକୁ ଫେରିଛନ୍ତି। ତେବେ ତାଙ୍କର ମୃତ୍ୟୁ ବସ ଦୁର୍ଘଟଣାରେ ହୋଇଥିବା କୁହାଯାଉଥିବାବେଳେ ନାତିକୁ ତାର ସାଙ୍ଗମାନେ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରିକି ଶବ ନିକଟକୁ ପରିବାର ଲୋକଙ୍କୁ ନ ଛାଡି ତାକୁ ଚଞ୍ଚକତା କରି ସତ୍କାର କରିଦେଇଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details