ଓଡିଶା

odisha

ETV Bharat / city

ବେଫିକର ଦୁଷ୍କର୍ମକାରୀ-ହତ୍ୟାକାରୀ, 5 ବର୍ଷରେ ନିର୍ଦ୍ଦୋଷରେ ଖଲାସ 80 ପ୍ରତିଶତ

ଗତ ପାଞ୍ଚ ବର୍ଷରେ 80 ପ୍ରତିଶତ ଦୁଷ୍କର୍ମକାରୀ ଓ ହତ୍ୟାକାରୀ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

numbers-of-rape-and-murder-case-increases-in-last-5-years-in-odisha
ବେଫିକର ବଳାତ୍କାରୀ ଓ ହତ୍ୟାକାରୀ: ଦଣ୍ଡ ହାର ଦେଖିଲେ ଚମକି ପଡିବେ

By

Published : Feb 24, 2020, 9:19 PM IST

ଭୁବନେଶ୍ବର: ବଢୁଛି ଦୁଷ୍କର୍ମ ଅଭିଯୁକ୍ତଙ୍କ ସଂଖ୍ୟା । ଗତ ପାଞ୍ଚ ବର୍ଷରେ 80 ପ୍ରତିଶରୁ ଅଧିକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ରାଜ୍ୟରେ ସଂଗଠିତ 4767 ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ।

ବିଧାୟକ ମୋହନ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ଖାଲି ଦୁଷ୍କର୍ମକାରୀ ନୁହେଁ ଗତ ପାଞ୍ଚବର୍ଷରେ ହତ୍ୟାକାରୀ ମଧ୍ୟ ବେଫିକର । 3339ଟି ହତ୍ୟା ମାମଲାରୁ 2332ଟି ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ଅପରାଧିକ ମାମଲାରେ ମଧ୍ୟ ଦଣ୍ଡାଦେଶ ହାର କମି ଚାଲିଛି ।

ବେଫିକର ବଳାତ୍କାରୀ ଓ ହତ୍ୟାକାରୀ: ଦଣ୍ଡ ହାର ଦେଖିଲେ ଚମକି ପଡିବେ

2009ରେ ଅପରାଧିକ ଦଣ୍ଡାଦେଶ ହାର 13.2 ପ୍ରତିଶତ ଥିବାବେଳେ 2018ରେ ଏହା 5.7 ପ୍ରତିଶତରେ ପହଁଞ୍ଚିଛି । ଏନେଇ ବିଧାୟକ ମୋହନ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

ଭୁବନେଶ୍ବରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details