ଓଡିଶା

odisha

By

Published : Sep 3, 2020, 11:20 AM IST

ETV Bharat / city

8 ଜଣଙ୍କ ଜୀବନ ନେଲା କୋରୋନା, 522କୁ ବୃଦ୍ଧି ମୃତ୍ୟୁ ସଂଖ୍ୟା

ରାଜ୍ୟରେ ପୁଣି 8 ଜୀବନ ନେଲା କୋରୋନା । ମୃତ୍ୟୁ ସଂଖ୍ୟା 522କୁ ବୃଦ୍ଧି ।

8 ଜଣଙ୍କ ଜୀବନ ନେଲା କୋରୋନା, ସଂଖ୍ୟା 522କୁ ବୃଦ୍ଧି
8 ଜଣଙ୍କ ଜୀବନ ନେଲା କୋରୋନା, ସଂଖ୍ୟା 522କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି କୋରୋନା ନେଲା 8 ଜୀବନ। ମୃତ୍ୟୁ ସଂଖ୍ୟା 522କୁ ବୃଦ୍ଧି । କେବଳ ତିନି ଦିନରେ ଗଲାଣି 30 ଜଣଙ୍କ ଜୀବନ ।

ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦିନକରେ 8 ଜଣଙ୍କ ଜୀବନ ନେଇଛି କୋରୋନା । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 522କୁ ବୃଦ୍ଧି ପାଇଛି ।

ତେବେ ମୃତକଙ୍କ ମଧ୍ୟରେ ବାଲେଶ୍ବରର ଜଣେ 60 ବର୍ଷର ପୁରୁଷ ଥିବାବେଳେ ଭୁବନେଶ୍ବରର 72 ବର୍ଷୀୟ ପୁରୁଷ ଓ କନ୍ଧମାଳର 50 ବର୍ଷୀୟ ମହିଳା ରହିଛନ୍ତି । ସେହିପରି କଟକରୁ ଦୁଇ ଜଣଙ୍କ ପ୍ରାଣ ଯାଇଥିବାବେଳେ ଉଭୟ ପୁରୁଷ ଓ ସେମାନଙ୍କ ବୟସ 66 ଓ 67 ବୋଲି ଜଣାପଡିଛି ।

ଅନ୍ୟପଟେ ଗଞ୍ଜାମରୁ ସର୍ବାଧିକ 3 ଜଣଙ୍କ ଜୀବନ ଯାଇଛି । 3 ମୃତକଙ୍କ ମଧ୍ୟରେ ଜଣେ 78 ବର୍ଷୀୟ ମହିଳା ହୋଇଥିବାବେଳେ ଜଣେ 56 ବର୍ଷୀୟ ପୁରୁଷ ଓ ଅନ୍ୟଜଣେ 45 ବର୍ଷୀୟ ପୁରୁଷ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details