ଓଡିଶା

odisha

ETV Bharat / city

STATE CORONA: ଦିନକରେ ୭୭୯ ପଜିଟିଭ, ୧୮ ବର୍ଷରୁ କମ ଅଛନ୍ତି ୧୦୫ - କୋରୋନା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭୭୯ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

STATE CORONA: ଦିନକରେ ୭୭୯ ପଜିଟିଭ ଚିହ୍ନଟ,  ୧୦୫ ଶିଶୁ ଶିଶୁ ଆକ୍ରାନ୍ତ
STATE CORONA: ଦିନକରେ ୭୭୯ ପଜିଟିଭ ଚିହ୍ନଟ, ୧୦୫ ଶିଶୁ ଶିଶୁ ଆକ୍ରାନ୍ତ

By

Published : Aug 28, 2021, 9:24 AM IST

Updated : Aug 28, 2021, 1:03 PM IST

ଭୁବନେଶ୍ବର:ରାଜ୍ୟରେ ବଢୁଛି ତୃତୀୟ ଲହର ଆଶଙ୍କା । ଦୈନିକ ସଂକ୍ରମଣ କମିଛି ସତ ହେଲେ ଶିଶୁ ଅଧିକ ସଂକ୍ରମଣ ନେଇ ଚିନ୍ତା ବଢୁଛି । କାରଣ ଏବେ ରାଜ୍ୟରେ ଦୈନିକ ଶିଶୁ ସଂକ୍ରମିତ ୧୦୦ ପାର କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୭୭୯ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୧୦୫ ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ତୃତୀୟ ଲହର ଭୟକୁ ଆହୁରି ଦ୍ବିଗୁଣିତ କରୁଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୪୫୪ ଜଣ ଥିବା ବେଳେ ୩୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫୯ଜଣ ଆକ୍ରାନ୍ତ ଥିବାବେଳେ ଅନୁଗୋଳରୁ ୨୦, ବାଲେଶ୍ବରରୁ ୫୯, ବରଗଡ଼ରୁ ୫, ଭଦ୍ରକରୁ ୧୫, ବଲାଙ୍ଗୀରରୁ ୩, କଟକରୁ ୮୪, ଦେବଗଡ଼ରୁ ୯, ଢେଙ୍କାନାଳରୁ ୯, ଗଜପତିରୁ ୧, ଗଞ୍ଜାମରୁ ୮, ଜଗତସିଂହପୁରରୁ ୩୧, ଯାଜପୁରରୁ ୩୪, ଝାରସୁଗୁଡାରୁ ୭, କଳାହାଣ୍ତିରୁ ୧, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୨୧, କେନ୍ଦୁଝରରୁ ୧୫, କୋରାପୁଟରୁ ୩, ମାଲକାନଗିରିରୁ ୬, ମୟୂରଭଞ୍ଜରୁ ୨୭, ନୟାଗଡ଼ରୁ ୧୮, ନୂଆପଡାରୁ ୨, ପୁରୀ ୩୯, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରୁ ୨୦ ଏବଂ ଷ୍ଟେଟ ପୁଲ୍‌ରୁ ୫୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫ହଜାର ୬୫୪ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 28, 2021, 1:03 PM IST

ABOUT THE AUTHOR

...view details