ଭୁବନେଶ୍ବର: ଅଗଷ୍ଟ ୧୫ରେ ଦେଶ ପାଳନ କରିବ 7୫ ତମ ସ୍ବାଧୀନତା ଦିବସ । ଏହି ଅବସରରେ ରାଜ୍ୟର ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନରେ ପତାକା ଉତ୍ତୋଳନ ପାଇଁ ଅତିଥିଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ପତାକା ଉତ୍ତୋଳନ କରିବେ । ରାଜ୍ୟର ୧୯ ଜିଲ୍ଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବାକୁ ଥିବାବେଳେ ଅନ୍ୟ ଜିଲ୍ଲା ଗୁଡିକରେ ଜିଲ୍ଲାପାଳ ମାନେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସରେ ଯୋଗଦେବେ ।
ଚଳିତବର୍ଷ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ । ବରଗଡର ଜିଲ୍ଲାରସ୍ତରୀୟ ସ୍ବାଧୀନତା କାର୍ଯ୍ୟକ୍ରମରେ ଯୋଗଦେବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, କନ୍ଧମାଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଞ୍ଜାମରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୁରୀରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୟୂରଭଞ୍ଜରେ ପଞ୍ଚାୟତାରାଜ ମନ୍ତ୍ରୀ ପ୍ରତାପ ଜେନା, ସୁନ୍ଦରଗଡେର କୃଷି ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗୀରରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, କଳାହାଣ୍ଡିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗଦେବେ ।