ଓଡିଶା

odisha

By

Published : Aug 15, 2020, 10:24 AM IST

Updated : Aug 15, 2020, 10:41 AM IST

ETV Bharat / city

‘ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ’

74ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

74ତମ ସ୍ବାଧୀନତା ଦିବସ; ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
74ତମ ସ୍ବାଧୀନତା ଦିବସ; ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ବର:ରାଜ୍ୟସ୍ତରୀୟ 74ତମ ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ କରିଛନ୍ତି ସମ୍ବୋଧନ ।

ସମ୍ବୋଧନରେ ଓଡିଶାର ଗର୍ବ ଓ ଗୌରବଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ। ଅମର ଯବାନଙ୍କୁ ମଧ୍ୟ ସ୍ମରଣ କଲେ ନବୀନ । ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବା ସମସ୍ତ ମହାପୁରୁଷଙ୍କୁ ମନେପକାଇଲେ ମୁଖ୍ୟମନ୍ତ୍ରୀ ।

ଏହାସହ କୋରୋନା ସମୟରେ ରାଜ୍ୟ କିପରି ଏହାର ମୁକାବିଲା କରୁଛି ତାହା ମଧ୍ୟ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରୋନା ଯୋଦ୍ଧାଙ୍କ ନିଷ୍ଠା ପାଇଁ ସେମାନଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।

74ତମ ସ୍ବାଧୀନତା ଦିବସ; ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଅର୍ଥ ପାଇଁ କେହି କୋରୋନା ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେନି । ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଲକଡାଉନ ସମୟରେ ଚାଷ ଓ ନିର୍ମାଣ କାର୍ଯ୍ୟ ବି ଚାଲିଛି ବୋଲି ସେ କହିଛନ୍ତି । ସେହିପରି ଗତ 6 ମାସରେ ଓଡିଶାକୁ 12000 କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ପ୍ରପୋଜାଲ ଆସିଛି । ଓଡିଶା ନିବେଶ କ୍ଷେତ୍ରରେ ଏକ ନମ୍ବର ହୋଇଛି ।

74ତମ ସ୍ବାଧୀନତା ଦିବସ; ପତାକା ଉତ୍ତୋଳନ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

2019 -20ରେ ଦେଶରେ କୃଷି କ୍ଷେତ୍ରରେ ବିକାଶ ହାର 2.80 ପ୍ରତିଶତ ଥିବାବେଳେ ରାଜ୍ୟରେ 7.61 ପ୍ରତିଶତ ହୋଇପାରିଛି ବୋଲି ଦର୍ଶାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗରିବଙ୍କ ପ୍ରତି ସରକାରଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି । ଅନ୍ୟପଟେ କୋଭିଡ୍ ଯୋଦ୍ଧାଙ୍କ ସେବା ଓ ତ୍ୟାଗ ପାଇଁ ରାଜ୍ୟରେ ମୃତ୍ୟୁହାର ସବୁଠୁ କମ ରହିଛି । ସୁସ୍ଥ ହାର ମଧ୍ୟ ଭଲ ରହିଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏଥିଲାଗି ଓଡିଆ ଜାତି ସେମାନଙ୍କ ପାଖରେ ଋଣି ବୋଲି ସେ କହିଛନ୍ତି ।

ଶେଷରେ ଓଡିଆ ଜାତି ଅନେକ ବିପଦର ସାମ୍ନା କରିଛି । ସାହାସର ସହ ମୁକାବିଲା କରି ନୂଆ ଇତିହାସ ରଚିଛି। କୋରୋନା ଖୁବଶୀଘ୍ର ଦୂର ହେବ । ମାନବ ଜାତିର ଜୟଯାତ୍ରା ଆହୁରି ଆଗକୁ ଯିବ ବୋଲି କହି ନିଜ ବକ୍ତବ୍ୟ ଶେଷ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତାପସ ପରିଡାଙ୍କ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 15, 2020, 10:41 AM IST

ABOUT THE AUTHOR

...view details