ଭୁବନେଶ୍ବର:ରାଜ୍ୟରେ ଖସୁଛି ସଂକ୍ରମଣ । ଦୈନିକ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ଆଜି ୧୦୦ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 734 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 101 ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 424 ଜଣ ଥିବା ବେଳେ 310 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
STATE CORONA: ଦିନକରେ 734 ପଜିଟିଭ ଚିହ୍ନଟ, 101 ଶିଶୁ ଆକ୍ରାନ୍ତ - କୋରୋନା ଅପଡେଟ
ରାଜ୍ୟରେ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 734 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 335 ଜଣ ଥିବାବେଳେ ଅନୁଗୋଳରୁ 13 , ବାଲେଶ୍ବରରୁ 30 , ବରଗଡରୁ 5, ଭଦ୍ରକରୁ 10, କଟକରୁ 91 , ଢେଙ୍କାନାଳରୁ 5, ଗଜପତିରୁ 1, ଗଞ୍ଜାମରୁ 6, ଜଗତସିଂହପୁରରୁ 32, ଯାଜପୁରରୁ 29, ଝାରସୁଗୁଡା 3, କନ୍ଧମାଳରୁ 1, କେନ୍ଦ୍ରାପଡ଼ାରୁ 6, କେନ୍ଦୁଝରରୁ 3, କୋରାପୁଟରୁ 4, ମାଲକାନଗିରିରୁ 2, ମୟୂରଭଞ୍ଜରୁ 27, ନୟାଗଡରୁ 7, ନୂଆପଡାରୁ 1, ପୁରୀ 17, ରାୟଗଡ଼ାରୁ 4, ସମ୍ବଲପୁରରୁ 7, ସୋନପୁରରୁ 1, ସୁନ୍ଦରଗଡ଼ରୁ 13 ଏବଂ ଷ୍ଟେଟ ପୁଲ୍ରୁ 81 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 21 ହଜାର 950ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ