ଓଡିଶା

odisha

ETV Bharat / city

7 ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ କାଳିଆ ଛାତ୍ରବୃତ୍ତି - କାଳିଆ ଛାତ୍ରବୃତ୍ତି

ଚାଷୀଙ୍କ ମେଧାବୀ ସନ୍ତାନ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର କାଳିଆ ଛାତ୍ରବୃତ୍ତି ମଧ୍ୟ କରିଛନ୍ତି । ଏହି ଛାତ୍ରବୃତ୍ତି ପାଇଁ ରାଜ୍ୟର 187ଟି କଲେଜରୁ ଆବେଦନ ପତ୍ର ଆସିଥିଲା । 19,247 ଜଣ ଏଥିପାଇଁ ଆବେଦନ କରିଥିବା ବେଳେ 7,257 ପିଲାଙ୍କୁ ଏଥିପାଇଁ ମଞ୍ଜୁରୀ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 22, 2019, 7:10 PM IST

ଭୁବନେଶ୍ବର: ରାଜ୍ୟର ଚାଷୀଙ୍କୁ ଆର୍ଥିକ ସଶକ୍ତି କରିବା ସହିତ କୃଷିର ବିକାଶ ଓ ଅଭିବୃଦ୍ଧି କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ମେଧାବୀ ସନ୍ତାନ ତଥା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର କାଳିଆ ଛାତ୍ରବୃତ୍ତି ମଧ୍ୟ କରିଛନ୍ତି । ଏହି ବୃତ୍ତି ପାଇଁ ଆବେଦନକାରୀଙ୍କ ସଂଖ୍ୟା ବଢୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ 187ଟି କଲେଜରୁ ଆବେଦନ ପତ୍ର ଆସିଥିଲା । କାଳିଆ ଛାତ୍ରବୃତ୍ତି ପାଇଁ 19,247 ଜଣ ଆବେଦନ କରିଥିଲେ । ତନ୍ମଧ୍ୟରୁ 7,257 ପିଲାଙ୍କୁ ଏଥିପାଇଁ ମଞ୍ଜୁରୀ ମିଳିଛି । ନୋଡ଼ାଲ ଅଫିସରଙ୍କ ଜରିଆରେ 662 ଆବେଦନକୁ ମଧ୍ୟ ଅନୁମୋଦନ ମିଳିସାରିଛି । ଖୁବ ଶୀଘ୍ର ବାକି ଆବେଦନକାରୀଙ୍କ ଯାଞ୍ଚ ଶେଷ କରିବାକୁ କୃଷିମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details