ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ପୁଣି 60 କୋରୋନା ପଜିଟିଭ, 20 ସ୍ଥାନୀୟ ସଂକ୍ରମଣ

ପୁଣି ଭୁବନେଶ୍ବରରେ 60 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 40 ଜଣ ହୋମ କ୍ଵାରେଣ୍ଟାଇନରେ ଚିହ୍ନଟ ହୋଇଥିବା ବେଳେ 20 ଜଣ ଲୋକାଲ କେସ ।

By

Published : Jul 16, 2020, 6:26 PM IST

-corona-positive cases detected
ଭୁବନେଶ୍ବର ପୁଣି 60 କୋରୋନା ପଜେଟିଭ

ଭୁବନେଶ୍ବର: ରାଜଧାନୀରେ ବଢୁଛି କୋରୋନା ସଂକ୍ରମଣ । ଆଜି(ଗୁରୁବାର) ପୁଣି 60 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 40 ଜଣ ହୋମ କ୍ଵାରେଣ୍ଟାଇନରେ ଚିହ୍ନଟ ହୋଇଥିବା ବେଳେ 20 ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା । ଦିନକୁ ଦିନ ବଢ଼ିବାରେ ଲାଗିଛି କୋରାନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ 40 ହୋମ କ୍ଵରେଣ୍ଟାଇନଙ୍କ ମଧ୍ୟରୁ 2 ଜଣ ଚିନ୍ତାମଣିଶ୍ବର, ଚକେଇସିଆଣି,ବାପୁଜିନଗର, ଘରୋଇ ହସ୍ପିଟାଲର କର୍ମଚାରୀ, 4 ଜଣ ୟୁନିଟ-9 ଅଞ୍ଚଳର, ଲକ୍ଷ୍ମୀସାଗର, ଝାରପଡା, ଆଇଆରସି ଭିଲେଜ ଏନ-6, ଜୟଦେବ ବିହାର, ଭରତପୁର, ଓଲଡ଼ ଟାଉନ, 4 ଜଣ ଡୁମଡୁମା,ୟୁନିଟ-9, ବଡଗଡ, ଜଣେ କଟକ ରୋଡ଼, 2ଜଣ ନନ୍ଦନବିହାର, ୟୁନିଟ-4, ଭରତପୁର, ଓଲଡ଼ ଟାଉନ, 3 ଜଣ ସାଳିଆସାହି, ନୟାପଲ୍ଲୀ, ଭୀମପୁର ବସ୍ତି, ୟୁନିଟ-5, ଜଗମରା, ବରମୁଣ୍ଡା, ହଂସୁପାଳରୁ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ 20 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭୀମଟାଙ୍ଗି, 2 ଜଣ ଆଚର୍ଯ୍ୟ ବିହାର, 2 ଜଣ ଜୟଦେବ ବିହାର, ଜାଗମରା, ବମିଖାଲ, ପଟିଆ, ସରକାରୀ ହସ୍ପିଟାଲ, ନୟାପଲ୍ଲୀ, 2 ଜଣ ସାଳିଆସାହିର ନିଳାଅଙ୍କାରୀ ନଗର, ଶ୍ୟାମପୁର, ସାଳିଆସାହି, ଘାଟିକିଆ, ନୟାପଲ୍ଲୀ,ବେହେରାସାହି, ସାଳିଆସାହି ଶ୍ରୀରାମ ନଗର, ସରକାରୀ ହସ୍ପିଟାଲରେ କର୍ମଚାରୀ ରହିଛନ୍ତି ।

ଏପଟେ 18 ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 919 ଥିବାବେଳେ 403 ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ଏବେସୁଦ୍ଧା 11 ଜଣ ମୃତ୍ୟୁ ହୋଇଛି । 504 ଟି ସକ୍ରିୟ କେସ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details