ଓଡିଶା

odisha

ETV Bharat / city

ରାଜ୍ୟରେ ଆଜି 6 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି

ରାଜ୍ୟରେ ଆଉ 6 ଜଣଙ୍କର ଜୀବନ ନେଲା କୋରୋନା । ଗଞ୍ଜାମରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାୟଗଡା ଗଜପତି ଓ ଭଦ୍ରକରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏବେ ମୋଟ ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି ପାଇଛି।

By

Published : Jul 24, 2020, 1:17 PM IST

ରାଜ୍ୟରେ ଆଜି 6 ମୁଣ୍ଡ ନେଲା କୋରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି
ରାଜ୍ୟରେ ଆଜି 6 ମୁଣ୍ଡ ନେଲା କୋରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ 6 ଜଣଙ୍କର ଜୀବନ ନେଲା କୋରୋନା । ଗଞ୍ଜାମରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାୟଗଡା ଗଜପତି ଓ ଭଦ୍ରକରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏବେ ମୋଟ ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି 6 ମୁଣ୍ଡ ନେଲା କୋରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା 120କୁ ବୃଦ୍ଧି

ଗଞ୍ଜାମରେ 44 ବର୍ଷର ପୁରୁଷ ମୃତ୍ୟୁ ହୋଇଥିବା ବେଳେ, ରାୟଗଡା ଜିଲ୍ଲାର 71 ବର୍ଷର ପୁରୁଷ , ଗଜପତିର 53 ବର୍ଷର ପୁରୁଷ, ଓ ଗଞ୍ଜାମ ଜିଲ୍ଲାରୁ 59 ବର୍ଷର ମହିଳା ଓ 50 ବର୍ଷର ମହିଳା ମୃତ୍ୟୁବରଣ କରିଛନ୍ତି।

ସେହିପରି 60 ବର୍ଷର ପୁରୁଷ ଭଦ୍ରକ ଜିଲ୍ଲାରୁ ମୃତ୍ୟୁ ବରଣ କରିଛନ୍ତି । ସେ ମଧୁମେହ ଓ ଉଚ୍ଚରକ୍ତଚାପରେ ପିଡୀତ ଥିବା ଜଣାପଡିଛି । ରାଜ୍ୟରେ ମୋଟ ମୃତ୍ୟ ସଂଖ୍ୟା 120 ହୋଇଥିବା ବେଳେ 33 ଜଣ ଅନ୍ୟାନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି।

ଆଜି ରାଜ୍ୟରେ ସର୍ବାଧିକ 1594 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରୁ 1067 ଓ ସ୍ଥାନୀୟ ଅଞ୍ଚଳରୁ 527 ଚିହ୍ନଟ ହୋଇଥିବା ସୂଚନା ରହିଛି ।

ଭୁବନେଶ୍ବରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details