ଭୁବନେଶ୍ବର: ରାଜ୍ୟରେ କୋରୋନା ମୁକାବିଲା ପାଇଁ ଖୋଲିଲା ଆଉ ୫ଟି କୋଭିଡ୍ ହସ୍ପିଟାଲ । ସୁନ୍ଦରଗଡ, ପାରାଦୀପ, ତାଳଚେର, ନବରଙ୍ଗପୁର ଓ ବରଗଡ଼ରେ ଖୋଲିଛି ଏହି କୋଭିଡ୍ ହସପିଟାଲ । କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆଇଓସିଏଲ, ପାରାଦୀପ ପୋର୍ଟ, ଏମସିଏଲ, ଏଟିପିସି, ନାଲକୋ ସହଯୋଗର ହାତ ବଢାଇଛନ୍ତି ।
ରାଜ୍ୟରେ ଆଉ ୫ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ - odisha covid
ରାଜ୍ୟରେ କୋରୋନା ମୁକାବିଲା ପାଇଁ ଖୋଲିଲା ଆଉ ୫ଟି କୋଭିଡ୍ ହସ୍ପିଟାଲ । ସୁନ୍ଦରଗଡ, ପାରାଦୀପ, ତାଳଚେର, ନବରଙ୍ଗପୁର ଓ ବରଗଡରେ ଖୋଲିଛି ଏହି କୋଭିଡ୍ ହସପିଟାଲ । ଅଧିକ ପଢନ୍ତୁ..
5new-covid-hospital-inaguarte-in bbsr
ଭିଡିଓ କନଫରେନ୍ସ ଜରିଆରେ ଏହି ସବୁ ହସ୍ପିଟାଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ , ୫-ଟି ସଚିବ ଭିକେ ପାଣ୍ଡିଆନ, କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚି ଏବଂ ସ୍ଵସ୍ଥ୍ଯ ମନ୍ତ୍ରୀ ନବଦାସ ଉପସ୍ଥିତ ଥିଲେ । ଏହି ସବୁ ଜନପ୍ରତିନିଧି ଓ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟରେ କୋରୋନା ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : Apr 20, 2020, 6:34 PM IST