ଓଡିଶା

odisha

By

Published : Jan 17, 2022, 9:33 PM IST

ETV Bharat / city

ODISHA COVID RECOVERY REPORT : ଆଜି ସୁସ୍ଥ ହେଲେ 5965 କୋରୋନା ସଂକ୍ରମିତ

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 5965 ଆକ୍ରାନ୍ତ । ସୋମବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 5965 ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 66032କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

ODISHA COVID RECOVERY REPORT : ଆଜି ସୁସ୍ଥ ହେଲେ  5965 କୋରୋନା ସଂକ୍ରମିତ
ODISHA COVID RECOVERY REPORT : ଆଜି ସୁସ୍ଥ ହେଲେ 5965 କୋରୋନା ସଂକ୍ରମିତ

ଭୁବନେଶ୍ବର:କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ 5965 ଆକ୍ରାନ୍ତ । ସୋମବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 30 ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ 5965 ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 66032କୁ ବୃଦ୍ଧି ହୋଇଛି ।

ପୁରୀରୁ ସର୍ବାଧିକ ୧୧୯ ଜଣ ଆରୋଗ୍ୟ ଲାଭ କରିଥିବାବେଳେ କେନ୍ଦ୍ରାପଡାରୁ ୧୧୬ ଓ କେନ୍ଦୁଝରରେ ୧୦୪ ସୁସ୍ଥ ହୋଇଛନ୍ତି । କଳାହାଣ୍ତିରୁ ୮୪, ଯାଜପୁରରୁ ୭୮, ବରଗଡରୁ ୭୫ , ବାଲେଶ୍ବରରୁ ୭୩, ଜଗତସିଂହପୁରରୁ ୬୬ ଓ ରାୟଗଡାରୁ ୫୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୋନପୁରରୁ ୫୪, ଗଜପତିରୁ ୪୬, ଗଞ୍ଜାମରୁ ୪୬, ଅନୁଗୋଳରୁ ୪୩, ଢେଙ୍କାନାଳରୁ ୩୮ ଓ ଦେଓଗଡରୁ ୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କନ୍ଧମାଳରୁ ୧୭, ଭଦ୍ରକରୁ ୧୬, ଓ ମାଲକାନଗିରିରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୨୯୬ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details