ଓଡିଶା

odisha

ETV Bharat / city

STATE CORONA: ଦିନକରେ 580 ପଜିଟିଭ ଚିହ୍ନଟ, 77 ଶିଶୁ ଆକ୍ରାନ୍ତ - ଖସୁଛି ସଂକ୍ରମଣ

ଖସୁଛି ସଂକ୍ରମଣ । ରାଜ୍ୟରେ ଏବେ ତଳମୁହାଁ କୋରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 580 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 77 ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

STATE CORONA: ଦିନକରେ 580 ପଜିଟିଭ ଚିହ୍ନଟ, 77 ଶିଶୁ ଆକ୍ରାନ୍ତ
STATE CORONA: ଦିନକରେ 580 ପଜିଟିଭ ଚିହ୍ନଟ, 77 ଶିଶୁ ଆକ୍ରାନ୍ତ

By

Published : Sep 16, 2021, 10:33 AM IST

ଭୁବନେଶ୍ବର : ଖସୁଛି ସଂକ୍ରମଣ । ରାଜ୍ୟରେ ଏବେ ତଳମୁହାଁ କୋରୋନା ଗ୍ରାଫ । ଏପଟେ ଦୈନିକ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୦୦ ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ 580 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 77 ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 336 ଜଣ ଥିବା ବେଳେ 244 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 261 ଜଣ ଥିବାବେଳେ ଅନୁଗୋଳରୁ 6, ବାଲେଶ୍ବରରୁ 17, ବରଗଡ଼ରୁ 8, ଭଦ୍ରକରୁ 7, କଟକରୁ 87, ଦେବଗଡ଼ରୁ 2, ଢେଙ୍କାନାଳରୁ 9, ଜଗତସିଂହପୁରରୁ 13 , ଯାଜପୁରରୁ 29, ଝାରସୁଗୁଡା 11, କେନ୍ଦ୍ରାପଡ଼ାରୁ 10, କେନ୍ଦୁଝରରୁ 1, କୋରାପୁଟ 4, ମାଲକାନଗିରିରୁ 1, ମୟୂରଭଞ୍ଜରୁ 7, ନୟାଗଡରୁ 7, ପୁରୀ 18, ରାୟଗଡ଼ାରୁ 6, ସମ୍ବଲପୁରରୁ 6, ସୋନପୁରରୁ 1, ସୁନ୍ଦରଗଡ଼ରୁ 10 ଏବଂ ଷ୍ଟେଟ ପୁଲ୍‌ରୁ 59 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 18 ହଜାର 298ରେ ପହଞ୍ଚିଛି । 10ଲକ୍ଷ 4ହଜାର 164 ଏଯାଏଁ ସୁସ୍ଥ ହୋଇଥିବା ବେଳେ 5963ଟି ସକ୍ରିୟ ମାମଲା ରହିଛି । 1 କୋଟି 90ଲକ୍ଷ 66 ହଜାର 15 ସାମ୍ପୁଲ ବୁଧବାର ସୁଧା ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details