ଭୁବନେଶ୍ୱର: ରାଜଧାନୀରେ ବୁଧବାର 541 କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଫଳରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା 11 ହଜାର ପାର ହୋଇଛି। ତେବେ ଏଠାରେ ହୋମକ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକ ରହିଥିବା ଦେଖିବାକୁ ମିଳୁଛି ।
ରାଜଧାନୀରେ ହୋମ କ୍ଵାରେଣ୍ଟାଇନରୁ 220 ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 23 ଜଣ ଘରୋଇ ହସ୍ପିଟାଲର କର୍ମଚାରୀ, 16 ଜଣ ପୋଲିସ କର୍ମଚାରୀ, 7 ଜଣ ନୀଳାଦ୍ରି ବିହାର ଅଞ୍ଚଳରୁ ଚିହ୍ନଟ କରାଯାଇଛି। ସେହିପରି 6 ଜଣ ଝାରପଡା, 9 ଜଣ ଉତ୍କଳ ୟୁନିଭରସିଟି କ୍ୟାମ୍ପସରୁ ଚିହ୍ନଟ ହୋଇଛନ୍ତି। 5 ଜଣ ୟୁନିଟ-8, 9 ଜଣ ୟୁନିଟ-6, 4 ଜଣ ସାଲିଆ ସାହି, 6 ଜଣ ନୀଳାଦ୍ରି ବିହାର, 3 ଜଣ ଡୁମଡୁମା, 3 ଜଣ ଝାରପଡ଼ା, 5 ଜଣ ମାଷ୍ଟରକ୍ୟାଣ୍ଟିନ, 3 ଜଣ ହଂସପାଳ, 3 ଜଣ କିଟ ଛକ, 3 ଜଣ ବରମୁଣ୍ଡା, 3 ଜଣ ଓଲଡ଼ ଷ୍ଟେସନ ଛକ ନିକଟରୁ ଚିହ୍ନଟ ହୋଇଛନ୍ତି ।