ଓଡିଶା

odisha

By

Published : Jul 13, 2020, 6:48 PM IST

ETV Bharat / city

ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ 505

ରାଜ୍ୟରେ କୋରୋନା ମୁକାବିଲାରେ ଲଗାତାର ମିଳିବାରେ ଲାଗିଛି ସଫଳତା । ସୋମବାର ରାଜ୍ୟରେ ଆଉ 505 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 9255ରେ ପହଞ୍ଚିଥିବାରୁ ଆଶ୍ବସ୍ତ ପ୍ରକାଶ କରିଛନ୍ତି ରାଜ୍ୟବାସୀ ।

corona situation in odisha, corona fight in odisha, corona update in odisha, corona recovery in odisha, coronavirus latest news, ଓଡିଶାରେ କୋରୋନା ସ୍ଥିତି, ଓଡିଶାରେ କୋରୋନା ମୁକାବିଲା, ଓଡିଶାରେ କୋରୋନା ଅପଡେଟ, ଓଡିଶାରେ କୋରୋନା ସୁସ୍ଥତା ହାର, କୋରୋନା ଭାଇରସ ଲାଟେଷ୍ଟ ନ୍ୟୁଜ୍‌
କୋରୋନା ମୁକାବିଲାରେ ସଫଳତା, ସୁସ୍ଥ ହେଲେ ଆଉ 505

ଭୁବନେଶ୍ବର: ରାଜ୍ୟରେ କୋରୋନା ମୁକାବିଲାରେ ଲଗାତାର ମିଳିବାରେ ଲାଗିଛି ସଫଳତା । ବିଗତ କିଛି ଦିନ ହେବ ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ଅଣାୟତ ଭାବେ ବଢିଚାଲିଥିବା ବେଳେ ଅପରପାର୍ଶ୍ବରେ ବଢିଚାଲିଛି ସୁସ୍ଥତା ହାର । ଏମିତିରେ ସୋମବାର ରାଜ୍ୟରେ ଆଉ 505 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 9255ରେ ପହଞ୍ଚିଥିବାରୁ ଆଶ୍ବସ୍ତ ପ୍ରକାଶ କରିଛନ୍ତି ରାଜ୍ୟବାସୀ ।

ସୋମବାର ରାଜ୍ୟର 22ଟି ଜିଲ୍ଲାରୁ ମୋଟ 505 ଜଣ ସୁସ୍ଥ ହୋଇଥିବା ଜଣା ପଡିଛି । ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ 248 ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ସୁନ୍ଦରଗଡରେ 71, ଖୋର୍ଦଅଧାରେ 52, କଟକରେ 45, ପୁରୀରେ 11, ଗଜପତିରେ 10, ନବରଙ୍ଗପୁରରେ 9, ଯାଜପୁର ଓ ନାଗଡରେ 8, ଜଗତସିଂହପୁରରେ 7, ଭଦ୍ରକ ଓ ଢେଙ୍କାନାଳରେ 6, ଅନୁଗୋଳରେ 5, କନ୍ଧମାଳ, କେନ୍ଦ୍ରାପଡା ଓ କୋରାପୁଟରେ 4, ବରଗଡରେ 3, କେନ୍ଦୁଝରରେ 2ଜଣଙ୍କ ସମେତ ଝାରସୁଗୁଡା ଓ ରାୟଗଡାରେ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ଜଣା ପଡିଛି ।

ରାଜ୍ୟରେ ଏହି କ୍ରମରେ ଯଦି ସୁସ୍ଥତା ହାର ବଢିଚାଲେ ତେବେ ଖୁବଶୀଘ୍ର ରାଜ୍ୟରେ କୋରୋନା ସ୍ଥିତିରେ ସୁଧାର ଆସିବ ବୋଲି ରାଜ୍ୟବାସୀ ଆଶା ରଖିଛନ୍ତି । ସେପଟେ ରାଜ୍ୟବାସୀଙ୍କ ସହଯୋଗ ରହିଲେ ସୁସ୍ଥତା ହାର ଆହୁରି ବଢିବ ବୋଲି କୋରୋନା ଯୋଦ୍ଧା ଓ ସରକାର ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details