ଓଡିଶା

odisha

ETV Bharat / city

ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ - ସୁରେଶ ମହାପାତ୍ର

ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ । ରାଉରକେଲାରେ ନିର୍ମାଣ ହେଉଥିବା ସର୍ବବୃହତ ହକି ଷ୍ଟାଡିୟମ୍ କାର୍ଯ୍ୟ ଅନୁଧ୍ୟାନ କରିବ ଟିମ । ଅଧିକ ପଢନ୍ତୁ...

ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ
ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

By

Published : Aug 18, 2021, 11:22 AM IST

ଭୁବନେଶ୍ବର:ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ । ରାଉରକେଲାରେ ନିର୍ମାଣ ହେଉଥିବା ସର୍ବବୃହତ ହକି ଷ୍ଟାଡିୟମ୍ କାର୍ଯ୍ୟ ଅନୁଧ୍ୟାନ କରିବ ଟିମ । ପରେ ରାଉରକେଲା ସହର ଛେଣ୍ଡ କଲୋନୀରେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ନିର୍ମିତ ହେଉଥିବା ୫ ଶହ ଗୃହ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବେ ।

ଏହି ସହିତ ଛେଣ୍ଡ କଲୋନୀରେ ନିର୍ମିତ ହେଉଥିବା ସାଇନସ ପାର୍କ ଓ ପ୍ଲାନିଟୋରିୟମ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ । ବିପିୟୁଟି ପରିସରରେ ନିର୍ମାଣଧୀନ ବିଶ୍ବସ୍ତରୀୟ ହକି ଷ୍ଟାଡ଼ିୟମ ପରିଦର୍ଶନ କରିବା ସହ ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡାର ବିକାଶ କାର୍ଯ୍ୟ କିପରି ଚାଲିଛି ତାର ସମୀକ୍ଷା କରିବେ ଏହି ଉଚ୍ଚ ସ୍ତରୀୟ ସଚିବ ଟିମ । ସେହିପରି ରାଉରକେଲା ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହିତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ବ୍ରିଜ, ଅଙ୍ଗନୱାଡ଼ି ଓ ହାଇସ୍କୁଲର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରାଯିବ । ସହରର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବୃହତ ଜଳସେଚନ ପ୍ରକଳ୍ପ ହମିରପୁର କୋଏଲ ବ୍ୟାରେଜ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ୨୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ କିପରି ତ୍ବରାନ୍ବିତ ହେବ ତାହାର ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତୀକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ‘୫-ଟି ଓ ମୋ ସରକାର ଅଧୀନରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ ତଥା ରୂପାନ୍ତରଣ କାର୍ଯ୍ୟକ୍ରମ କରାଯାଉଛି । ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରୀ, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ବଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଉଛି । ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ କୋଭିଡ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details