ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଦିନକରେ 5 ଜଣଙ୍କ ଜୀବନ ଯାଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1765ରେ ପହଞ୍ଚିଛି ।
ମୃତକଙ୍କ ମଧ୍ୟରେ ଭୁବନେଶ୍ବରର 55 ବର୍ଷର ପୁରୁଷ ଓ 79 ବର୍ଷର ମହିଳାଥିବାବେଳେ ଜଗତସିଂହପୁରର 59 ବର୍ଷର ପୁରୁଷ, ନୟାଗଡର 50 ବର୍ଷର ପୁରୁଷ ଓ ପୁରୀର 72 ବର୍ଷର ପୁରୁଷ ରହିଛନ୍ତି ।